ଜିଲ୍ଲା ଯାଦବ ସମାଜର ମହାସମାବେଶ:ଯୋଗଦେଲେ ପାଞ୍ଚ ହଜାର ରୁ ଅଧିକ ଯଦୁବଂଶୀ

0

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ପାଇକମାଳ ହାଇ ସ୍କୁଲ୍ ପଡିଆ ଥରେ ଆଜି ବରଗଡ଼ ଜିଲ୍ଲା ଯାଦବ ସମାଜର ଏକ ମହା ସମାବେଶ ର ଆୟୋଜନ କରାଯାଇଥିଲା । ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ରାଜୁ ଘିବେଲା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାରେ ରେ ଆୟୋଜିତ ଏହି ମହା ସମାବେଶ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗଦେଇଥିବା ବେଳେ ସମାଜ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଲମ୍ବୋଧର୍ ନିୟାଲ୍ ଓ ସମାଜର ଅନେକ ରାଜ୍ୟ ସ୍ତରୀୟ ପଦାଧିକାରୀ ଯୋଗଦେଇଥିଲେ । ସେହିଭଳି ବରଗଡ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସିଥିବା ଦେଖିବାକୁ ମିଳିଛି ।
ଏହି ସାମାଜିକ ମହା ସମାରୋହ ରେ ସମାଜ ର ବିଭିନ୍ନ ବିଷୟ ଉପରେ ବକ୍ତାମାନେ ବକ୍ତବ୍ୟ ରଖିଥିବା ବେଳେ ସମାଜ ର ବିଭିନ୍ନ କାର୍ଯ୍ୟକ୍ରମ ରେ ବିଧାୟିକା ଙ୍କ ଯୋଗଦାନ ଓ ଉପସ୍ଥିତି ପାଇ ଧନ୍ୟବାଦ୍ ଜଣାଇବା ସହିତ ଯାଦବ ସମାଜ ସବୁବେଳେ ତାଙ୍କ ସହିତ ଛିଡ଼ା ହେବ ବୋଲି କହିଥିଲେ ବକ୍ତା ମାନେ । ନିଜ ଅଭିଭାଷଣ ରେ ବିଧାୟିକା ନାରୀ ଶିକ୍ଷା ଉପରେ ସମାଜ ର ନେତୃମଣ୍ଡଳୀ ଗୁରୁତ୍ବ ପ୍ରଦାନ କରି ନିଜ ଆଖପାଖ ରେ ଥିବା ସମସ୍ତ ଝିଅ ମାନଂକ ଶିକ୍ଷା ପ୍ରତି ଧ୍ୟାନ ଦେବାକୁ କହିଥିଲେ । ସମାଜ ର ଅଗଣିତ ଲୋକଙ୍କ ଭଲ ପାଇବା , ସ୍ନେହ ଓ ବିଶ୍ୱାସ ପାଇଁ ଧନ୍ୟବାଦ୍ ଜଣାଇବା ସହିତ ଆଗାମୀ ଦିନରେ ମଧ୍ୟ ଯାଦବ ସମାଜ ତରଫରୁ ସବୁବେଳେ ସବୁ କ୍ଷେତ୍ରରେ ତାଙ୍କୁ ପୂର୍ଣ୍ଣ ଆଶୀର୍ବାଦ ଓ ସହଯୋଗ ପ୍ରାପ୍ତ ହେବ ବୋଲି ଆଶା ରଖିଥିବା କଥା କହିଛନ୍ତି ବିଧାୟିକା ।।

Leave A Reply

Your email address will not be published.