ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ ହୋଲି ହୋଟେଲ “ସ୍ୟାଣ୍ଡି ଟାୱାର”ରେ

0

ଭୁବନେଶ୍ୱର : ‘ହୋଲି’, ରଙ୍ଗର ପର୍ବ, ଯାହା ପାରମ୍ପରିକ ଭାବରେ ବିଭିନ୍ନ ରଙ୍ଗ ସହିତ ସମଗ୍ର ଭାରତରେ ପାଳିତ ହୋଇଥାଏ ,କିନ୍ତୁ ବର୍ଷ ବର୍ଷ ଧରି ହୋଲି ଉତ୍ସବରେ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର ଅତ୍ୟନ୍ତ ବିପଜ୍ଜନକ ହୋଇଛି ଯାହା ଆମ ଚର୍ମ ଓ ଶରୀର ପାଇଁ ଆଦୌ ଅନୁକୂଳ ନୁହେଁ | ଏହା ଆମ ଦେଶରେ ସମ୍ପ୍ରତି ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଏବଂ ତେଣୁ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଗତ 13 ବର୍ଷ ପୂର୍ବେ “ହର୍ବାଲ୍ ହୋଲି” ନାମକ ଏକ ସାଂସ୍କୃତିକ ଆନ୍ଦୋଳନ ଆରମ୍ଭ କରାଯାଇଥିଲା | ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ସାଂସ୍କୃତିକ ଆନ୍ଦୋଳନ ଧୀରେ ଧୀରେ ଅନ୍ୟ ରାଜ୍ୟଗୁଡିକର ଲୋକମାନଙ୍କ ଦ୍ୱାରା ପ୍ରଶଂସିତ ହେଲାଣି |
2023 ମସିହାରେ,ସ୍ୱପ୍ନା ପତି ଫାଉଣ୍ଡେସନ “ହର୍ବାଲ୍ ହୋଲି” ସର୍ବଭାରତୀୟ କାର୍ଯ୍ୟକ୍ରମ ରେ ପରିଣତ ହୋଇ ମୁମ୍ବାଇ, ପୁନେ,ଲୁଧିଆନା ଏବଂ ଭୁବନେଶ୍ୱରରେ ଏକସାଥିରେ ପାଳନ କରାଯାଇଥିଲା |
ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ସ୍ଥିତ “ସ୍ୟାଣ୍ଡି ଟାୱାରରେ ” ହର୍ବାଲ ହୋଲି” ଇଭେଣ୍ଟ ମାର୍ଚ୍ଚ ୨୪ ତାରିଖ ଅପରାହ୍ନ ୫ ଟା ପରଠାରୁ ବିଶେଷ ଭାବେ ଅନୁଷ୍ଠିତ କରାଯିବ |
ଏହି ଅବସରରେ ପ୍ରସିଦ୍ଧ ବଲିଉଡ ପ୍ଲେବ୍ୟାକ୍ ସିଙ୍ଗର ସାହାଜାଦ ଅଲି, ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଡିଜେ ସାହେବା, ବଲିଉଡ ସଂଗୀତକାର ଓ ପ୍ଲେବ୍ୟାକ୍ ସିଙ୍ଗର SHIVOHAM ତଥା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ଅଭିନେତା,ଅଭିନେତ୍ରୀ ତଥା ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |
ଏହି ଇଭେଣ୍ଟରେ 1000 ରୁ ଉର୍ଧ୍ଵ ଦର୍ଶକ ଯୋଗ ଦେବାର ଆଶା କରାଯାଏ | ସେଠାରେ ସଂଗୀତ ,ରଙ୍ଗାରଙ୍ଗ ନୃତ୍ୟ,ଡିଜେ ସହିତ ଖାଦ୍ୟ ଓ ପାନୀୟ ଉପଲବ୍ଧ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରାଯାଇଛି |

Leave A Reply

Your email address will not be published.