ଏଥର ନିର୍ବାଚନ ବେଳେ ଜନତା ପଚାରିବେ ପ୍ରଶ୍ନ, ପ୍ରାର୍ଥୀ ଦେବେ ଉତ୍ତର ।

0

ଖଲିକୋଟ ରୁ ଶିଵରାମ ଜେନା: ଆଗାମୀ ଦିନରେ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜନତା ମାନଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢୁଥିବା ଦେଖାଦେଉଛି। ନିର୍ବାଚନ ପାଖେଇ ଆସିଲେ ନେତାଙ୍କ ମନେପଡନ୍ତି ଜନତା, ଭୋଟ ପାଇ ବିଜୟୀ ହୋଇଗଲେ ପାଶୋରି ଯାଆନ୍ତି ଦେଇଥିବା ପ୍ରତିଶ୍ରୁତି | ଏ ହେଉଛି ଖୁଦ୍ ଖଲିକୋଟରୁ ନିର୍ବାଚିତ ନେତାଙ୍କ ଅଭ୍ୟାସ ବୋଲି ଲୋକେ କୁହାକୁହି ହେଉଛନ୍ତି |ଖଲିକୋଟ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ , ଆମ ଖଲିକୋଟ ସହର ପାଇଁ କରିଛ କଣ ? ଭୋଟ ସରିଲା ପରେ ତୁମେ ମାନେ କେତେ ଥର ଜନସାଧାରଣଙ୍କ ସହିତ ମିଶିଛ ? ଖଲିକୋଟ ର ବସ୍ ଷ୍ଟାଣ୍ଡ ଟିଏ କାହିଁକି ହୋଇପାରୁନାହିଁ ? । ଖଲିକୋଟ ରେ କାହିଁକି ଗୋଶାଳା ତିଆରି କରାଯାଉନାହିଁ?। ଖଲିକୋଟ ର କରଣ ସାହି ରାସ୍ତା ଅବରୋଧ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କାହାର ସ୍ବାର୍ଥ ଦୃଷ୍ଟିରୁ ରାସ୍ତା ପ୍ରଶସ୍ତିକରଣ ହୋଇପାରୁନାହିଁ ? ।
ଓଡ଼ିଶାର ପ୍ରତ୍ୟେକ ମନ୍ଦିର କୁ ୫-ଟି ଅଧ୍ୟକ୍ଷ ଅନୁଦାନ ପ୍ରଦାନ କରିଛନ୍ତି, କିନ୍ତୁ ଓଡ଼ିଶା ର ଦ୍ଵିତୀୟ ପୁରାତନ ମନ୍ଦିର ଶ୍ରୀ ଜଗନ୍ନାଥ ମନ୍ଦିର ସରକାରଙ୍କ ଅନୁଦାନ ଅର୍ଥରୁ ବଞ୍ଚିତ ହେଲେ କିପରି ? ଖଲିକୋଟର ପାହଚ ବନ୍ଧ, ଅମରେଶ୍ଵର ମନ୍ଦିର ସ୍ଥିତ ନେଳିଆ ବନ୍ଧ, ଲାଞ୍ଜିବନ୍ଧ, ଦିୱାନ୍ ବନ୍ଧ, କାମ ଅଧାପନ୍ତରିଆ ଥିବା ବେଳେ , ଏଠାରେ ବୁଢୀ ଠାକୁରାଣୀ ମନ୍ଦିର ପଶ୍ଚିମା ମୁଖି ରେ ଥିବା ବଳିୟାର ସିଂ ବନ୍ଧ ପରିତ୍ୟକ୍ତ ଅବସ୍ଥାରେ ଦେଖି ବାକୁ ମିଳୁଛି । ଉକ୍ତ ବଳିୟାର ସିଂ ବନ୍ଧରେ ଏ ପାଖରୁ ସେ ପାଖକୁ ମାଡି ରହିଛି ଵୁରୁଝାଞ୍ଜି ର ଦଳ | ସାରାବନ୍ଧ କୁ ଆଚ୍ଛାଦିତ କରିଛି ବିଭିନ୍ନ ପ୍ରଜାତିର ଵୃକ୍ଷଲତା ।ଏଥି ପ୍ରତି କାହାର ଦୃଷ୍ଠି ଗୋଚର ହେଉନଥିବା ଅଭିଯୋଗ ହେଉଛି।
ବିଗତଦିନରେ ସମାଜ ସେବୀ ତଥା ବରିଷ୍ଠ ନାଗରିକ ଶିଵରାମ ଜେନା ଏହାରି ଉପରେ ରିପୋର୍ଟ କରିଥିଲେ ମଧ୍ୟ ଏ ଯାବତ୍ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.