ଆମ୍ ଆଦ୍‌ମୀ ପାର୍ଟି ଆଗାମୀ ୨୦୨୪ ନିର୍ବାଚନରେ ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଦେବ ।

0

 “ଶାସକ ଦଳ ବିଜେଡ଼ି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ମେଣ୍ଟ ସାଧାରଣଜନତାଙ୍କ ପ୍ରତି ପ୍ରତାରଣା ଏବଂ ବିଶ୍ଵାସଘାତକତା” 

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନରେ ଠାରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା ଏଥିରେ ଦିଲ୍ଲୀ ର ସ୍ୱାସ୍ଥ୍ୟଏବଂ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ନେତା ଶ୍ରୀ ସୌରଭ ଭରଦ୍ଵାଜ, ରାଜ୍ୟ ପ୍ରଭାରି ଶ୍ରୀ ବିରେନ୍ଦର୍ ସିଂ କାଡିଆନ ଏବଂ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଥିଲେ ।
ରାଜ୍ୟରେ ବିଜେଡ଼ିଏବଂ ବିଜେପି ମଧ୍ୟରେ ମେଣ୍ଟର ସମ୍ଭାବନା ଏବଂ ସାମ୍ପ୍ରତିକ ରାଜନୈତିକ ପୃଷ୍ଠଭୂମିରେ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କ ନିର୍ଦ୍ଧେଶକ୍ରମେସ୍ୱାସ୍ଥ୍ୟଏବଂ ପରିବାର କଲ୍ୟାଣ ମନ୍ତ୍ରୀଶ୍ରୀ ସୌରଭ ଭରଦ୍ଵାଜ ଏବଂ ରାଜ୍ୟ ପ୍ରଭାରି ଶ୍ରୀ ବିରେନ୍ଦର୍ ସିଂ କାଡିଆନ ତିନିଦିନିଆ ଓଡ଼ିଶା ଗସ୍ତରେ ପହଞ୍ଚି ରାଜ୍ୟର ବରିଷ୍ଠ ରାଜନୈତିକ ବିଶ୍ଳେଷକ, ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବି, ବିଭିନ୍ନ ରାଜନୈତିକ ଦଳର ଅସନ୍ତୁଷ୍ଠ ରାଜନେତା ତଥା ଆପ୍ ଓଡ଼ିଶାର କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଏବଂ ଆଲୋଚନା କରିଥିଲେ। ଆଜିରସାମ୍ବାଦିକ ସମ୍ବିଳନୀରେ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାରେ ଉଭୟ ଲୋକସଭା ଏବଂ ବିଧାନସଭାରେ ପ୍ରାର୍ଥୀ ଦେବବୋଲି ଘୋଷଣା କରିଥିଲେ ତଥା ଓଡ଼ିଶାର ପରିବର୍ତ୍ତନପାଇଁ ସମର୍ପିତ ସମସ୍ତ ବୁଦ୍ଧିଜୀବି, ବିଭିନ୍ନ ରାଜନୈତିକ ଦଳର ନେତା ଏବଂ କର୍ମୀ, ସମାଜସେବୀ, ଆନ୍ଦୋଳନକାରୀମାନଙ୍କୁ ପାର୍ଟିରେ ଯୋଗଦେବାକୁ ଆହ୍ଵାନ ଦେଇଥିଲେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀଶ୍ରୀ ସୌରଭ ଭରଦ୍ଵାଜ।
ବିଜେଡ଼ି ଶାସନରେ ଥିବାବେଳେ କେଉଁ ପରିସ୍ଥିତିରେ, କାହାଚାପ ତଥା ଭୟର ବଶବର୍ତ୍ତୀ ହୋଇ ବିଜେପି ସହ ହାତ ମିଳାଉଛି ବୋଲି ପ୍ରଶ୍ନ କରିଥିଲେ ରାଜ୍ୟ ପ୍ରଭାରି ଶ୍ରୀ ବିରେନ୍ଦର୍ ସିଂ କାଡିଆନ ।
ଓଡ଼ିଶାରେ ପ୍ରଥମଥର ପାଇଁ ଶାସକ ଦଳ ବିଜେଡ଼ି ଏବଂ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ମେଣ୍ଟ ସାଧାରଣଜନତାଙ୍କ ପ୍ରତି ପ୍ରତାରଣା ଏବଂ ବିଶ୍ଵାସଘାତକତା ବୋଲି ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ଉଲ୍ଲେଖକରିଥିଲେ ଏବଂ ଓଡ଼ିଶାବାସୀଙ୍କ ଆଶା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଆମ୍ ଆଦ୍‌ମୀ ପାର୍ଟି ଓଡ଼ିଶାରେ ସମସ୍ତ ପ୍ରକାର ପ୍ରୟାସ ଜାରିରଖିବ ଏବଂ ଓଡ଼ିଶା ବାସୀଙ୍କୁ ଏକ ବିକଳ୍ପ ପ୍ରଦାନ କରିବବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.