ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ବିଦ୍ୟାଳୟର ବିଭିନ୍ନ ବିଷୟକୁ ନେଇ ବlଦlନୁବାଦ.

0

ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତ ଅନ୍ତର୍ଗତ ଗିର୍ଲିଗୁଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଇଶ୍ଵର ଚନ୍ଦ୍ର ଟାକ୍ରୀ ଓ ଗିର୍ଲିଗୁଡା ଗ୍ରାମବାସୀ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଅନେକ ଉନ୍ନତିକାରଣ ବିଷୟକୁ ଦୀର୍ଘଦିନ ଧରି ବlଦlନୁବାଦ ରହିଥିବା ଦେଖିବାକୁ ମିଳିଛି.
ସୂଚନାଯୋଗ୍ୟଜେ ପ୍ରଧାନ ଶିକ୍ଷକ ଶିକ୍ଷକତା କରିବା ସହିତ ବିଦ୍ୟାଳୟ ରେ ଅନୁପସ୍ଥିତ ରହି ଡକ୍ଟରୀ ସେବା କରିବା ତଥା ଡାକ୍ତରୀ କାର୍ଯ୍ୟରେ ବିଭିନ୍ନ ଜାଗାକୁ ଯାଇ ଔଷଧ ଏବଂ ଇଞ୍ଜେକସନ୍ ଦେବା ସହ ବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ନଳକୂପକୁ ମୋଟର ଲଗେଇ ବ୍ଯକ୍ତିଗତ ବ୍ୟବହାର କରୁଛନ୍ତି ଏହାଛଡ଼ା ବିଦ୍ୟାଳୟ ରେ ପ୍ରତିବର୍ଷ ଉନ୍ନତି ପାଇଁ ଯେଉଁ ଟଙ୍କା ଆସୁଛି ସେହି ଟଙ୍କା କୁ ପ୍ରଧାନ ଶିକ୍ଷକ ଠିକ୍ ଭାବେ ଖର୍ଚ୍ଚ କରୁନାହାନ୍ତି ! ବିଦ୍ୟାଳୟ କୁ ସମ୍ପୂର୍ଣ୍ଣ ଭାବେ ଚୂନ ଦେଇ ନାହାନ୍ତି ! ସରକାର ଙ୍କ ଟଙ୍କା କୁ ବିଦ୍ୟାଳୟରେ ଖର୍ଚ୍ଚ ନ କରି ଅବାଟରେ ଖର୍ଚ୍ଚ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ! ଗିର୍ଲିଗୁଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଇଶ୍ଵର ଚନ୍ଦ୍ର ଟାକ୍ରୀ ଗ୍ରାମବାସୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ଯା ଏବଂ ଏହି ଅଭିଯୋଗକୁ ଖଣ୍ଡନ କରୁଛି ବୋଲି ମତ ପ୍ରକାଶ କରିଥିଲl ବେଳେ ଦୁଇ ପକ୍ଷଙ୍କ ଏହି ବlଦନୁବାଦରେ ନିରୀହ କୋମଳମତି ଛାତ୍ରଛାତ୍ରୀ ବଳି ପଡିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିବାବେଳେ ଉପରିସ୍ଥ ଅଧିକାରୀ ଏହାକୁ ନିରପେକ୍ଷ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଉଛି.

Leave A Reply

Your email address will not be published.