ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ପ୍ରଥମ ସେମିଫାଇନାଲ ରେ ସାପଲହର ବିଜୟୀ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ନେହରୁ ସ୍ପୋର୍ଟିଂ ଦ୍ଵାରା ଆୟୋଜିତ ସ୍ଵର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜିର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖଇରପାଲି ଓ ସାପଲହର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଅତିଥି ଭାବେ ପଦ୍ମପୁର ଏନ୍ ଏ ସି ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ବାଗ, ଝାରବନ୍ଧ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ବିଜୟ କେତନ ପଧାନ, ପାଇକମାଲ ବ୍ଲକ ଯୁବ ସଭାପତି ଗୌତମ ସିଂ, ବରିଷ୍ଠ ବିଜେଡି ନେତା ରାଜେନ୍ଦ୍ର ରାଉତ, ହୃଦାନନ୍ଦ ବାରିକ ଯୋଗଦେଇଥିଲେ l ଖଇରପାଲି ଦଳ ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରି ୧୦ ଓଭର ରେ ୯ ୱିକେଟ ବିନିମୟରେ ୧୩୪ ରନ୍ ସଂଗ୍ରହ କରିଥିଲା l ପ୍ରତି ଜବାବ ରେ ସାପଲହର ଦଳ ୮.୩ ଓଭର ରେ ୧୩୫ ରନ୍ କରି ବିଜୟ ଲାଭ କରିଥିଲା। ଆଜିର ଏହି ମ୍ୟାଚ୍ କୁ ରାକେଶ ପଟେଲ ଓ ସାୱନ ପ୍ରସାଦ ସାହୁ ପରିଚାଳନା କରିଥିବା ବେଳେ ବିକାଶ, ବବଲୁ, ସୁଜିତ୍, ଟିନୁ, ସାହିଲ, ନିଖିଲ, ରାଜୁ, ପିଣ୍ଟୁ, ବିକାଶ, ଶୁଭଙ୍କର, ସତ୍ୟମ୍ ପ୍ରମୁଖ ସହଯୋଗ କରିଥିଲେ l