ଶ୍ରୀମନ୍ଦିରରୁ ଖସିଲା ପଥର; କେହି ଆହତ ହୋଇ ନଥିବା ସୂଚନା

0

ପୁରୀ: ଶନିବାର ଶ୍ରୀମନ୍ଦିରରୁ ଖସିଛି ପଥର । ମାଆ ବିମଳାଙ୍କ ମନ୍ଦିର ପାଖରେ ଥିବା ବରାହ ମନ୍ଦିର ପାଖରୁ ପଥର ଖସିଥିବା ସୂଚନା । ଖସିଥିବା ପଥରର ଓଜନ ଏକ କେଜିରୁ ଅଧିବ ହେବ ବୋଲି କୁହାଯାଉଛି ।ଏଏସଆଇ ପକ୍ଷରୁ ଅନେକ ପଥରକୁ ପରିବର୍ତ୍ତନ କରାଯାଇଥିଲା । ସେହି ପଥରରୁ କିଛି ଖସିଥିବା ଅନୁମାନ କରାଯାଉଛି । ତେବେ ଏଏସଆଇକୁ ଏ ନେଇ ସୂଚନା ଦିଆଯାଇଛି । ଏଏସଆଇ ପଥର ଖସିଥିବା ସ୍ଥାନ ଯାଞ୍ଚ ପରେ ପ୍ରକୃତ ତଥ୍ଯ ଜଣାପଡିବ ବୋଲି କୁହାଯାଉଛି । ଅନ୍ୟପଟେ ପଥର ଖସି କେହି ଆହତ ହୋଇନଥିବା ଜଣାପଡିଛୀ ।

Leave A Reply

Your email address will not be published.