ପ୍ରଗତି ମହିଳା ସଙ୍ଗଠନ ଓ ଗଜପତି ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ପ୍ରଗତି ମହିଳା ସଙ୍ଗଠନ ଓ ଗଜପତି ଜିଲ୍ଲା ବିକାଶ ସୁରକ୍ଷା ମଞ୍ଚ ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ପ୍ରଗତିର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସବିତା ପଣ୍ଡିତ ସ୍ଵାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ ପରେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ ସଭାକୁ ସଂଯୋଜନା କରିଥିଲେ। ସମ୍ପାଦିକା ତନୁଜା ଶତପଥୀ କାର୍ଯ୍ୟକ୍ରମର ଲକ୍ଷ୍ୟ , ଉଦ୍ଦେଶ୍ୟ ଓ ସ୍ବପ୍ନ ସମ୍ପର୍କରେ କହିଥିବାବେଳେ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଦୀପ କୁମାର ପାତ୍ର ଯୋଗଦେଇ ଆଜିର ନାରୀଙ୍କ ତ୍ୟାଗ , ନିଷ୍ଠା , ସମର୍ପଣ ଭାବ କହିଥିବାବେଳେ ନାରୀ ଜାତି ମା ସମ୍ମାନ କହିଥିଲେ।
ମୁଖ୍ୟବକ୍ତା ଭାବେବ ବିନୋଦିନୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ପୁରାତନ ନାରୀଙ୍କ ଠାରୁ ସାଂପ୍ରତିକ ସମାଜରେ ବିକାଶନ୍ମୁଖୀ ନାରୀର ଗୁରୁତ୍ଵ ବୁଝାଇଥିଲେ। ବକ୍ତା ଆମୋଦ କୁମାର ବର୍ଦ୍ଧନ ନିଜ ବକ୍ତବ୍ୟ ରଖିଥିଲେ ଆନ୍ତର୍ଜାତିକ ମହିଳା ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହାକୁ ବର୍ଷ ସାରା ପାଳନ/ଆଚରଣ କରିବା ବିଧେୟ କହିଥିଲେ।
ପ୍ରଗତିର ସଂଯୋଜକ ତଥା ଉପସଭାପତି ଲୋକନାଥ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ତର୍କ , ଝୋଟି, ନୃତ୍ୟ , ଗୀତ ପ୍ରତିଯୋଗିତାର ବିଜୟନୀଙ୍କୁ ମୁଖ୍ୟଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମହିଳା ଦିବସ ଏବଂ ଶିବରାତ୍ରୀ ଅବସରରେ ମନୋରଞ୍ଜନ କାର୍ଯ୍ୟକ୍ରମ ନୃତ୍ୟ ସଙ୍ଗୀତ ବିଳମ୍ବିତ ରାତ୍ରୀ ଯାଏଁ ଚାଲିଥିଲା।

Leave A Reply

Your email address will not be published.