(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହିତ ମହାଦେବଙ୍କ ପୀଠ ରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରସିଦ୍ଧ ବୁହାଳୋ ପଞ୍ଚାୟତ ବରପଡା ସ୍ଥିତ ସୋମନାଥ ଙ୍କ ପୀଠରେ ଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କ ବ୍ୟାପକ ସମାଗମ ଦେଖିବାକୁ ମିଳିଥିଲା l ଏହି ପୀଠରେ ବହୁ ବର୍ଷର ପରମ୍ପରା ଅନୁଯାୟୀ କେତକୀ ଫୁଲ ଫୁଟିଲା ପରେ ମହାଦୀପ ଉଠିଥିଲା l ଏହି ପୀଠରେ ବହୁ ଶ୍ରଦ୍ଧାଳୁ ଭକ୍ତ ଦୀପ ଜାଳି ନିଜର ନିଜର ମାନସିକ ପାଇଁ ବ୍ରତ ରଖିଥିଲେ l ସୋମନାଥ ପୀଠରେ ମୁଖ୍ୟ ପୂଜକ ଚନ୍ଦ୍ରସେଖର ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା ଙ୍କ ସମେତ ସମସ୍ତ ସାଥି ପୂଜକ ମାନେ ପୂଜାପାଠ ରେ ସହଯୋଗ କରିଥିଲେ l ଶୃଙ୍ଖଳିତ ପରିଚାଳନା ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଜାଗର ଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁ, ଭକ୍ତ ତଥା ସାଧାରଣ ଙ୍କ ଗହଳି ଦେଖିବାକୁ ମିଲିଥିଲା l ସେହିପରି ଭାବେ ସମସ୍ତ ଶୈବ ପୀଠ ଗୁଡିକରେ ଶାନ୍ତି ଶୃଙ୍ଖଳାର ସହିତ ଜାଗର ଉତ୍ସବ ପାଳିତ ହୋଇଯାଇଛି l
Sign in
Sign in
Recover your password.
A password will be e-mailed to you.
Prev Post
Next Post