ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଅଗ୍ରଣୀ ମହିଳା ସଙ୍ଗଠନ “ଆକାଂକ୍ଷା”ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଡ଼ଃ ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି , ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଜେଜେବି ର ସଦସ୍ୟ , ସମ୍ପାଦିକା ମିନା କୁମାରୀ ଟହଲ , ଉପଦେଷ୍ଟା ଡ଼.କଲ୍ୟାଣୀ ମିଶ୍ର , ଶ୍ରୀମତୀ ସ୍ଵର୍ଣପ୍ରଭା ପାଠୀ ମଞ୍ଚାସୀନହୋଇଥିଲେ।
ମୁଖ୍ୟ ଅତିଥି କହିଥିଲେ କିପରି ସବୁକ୍ଷେତ୍ରରେ ନାରୀମାନଙ୍କର ଗୁରୁ ଦାୟିତ୍ବ ରହିଛି। ଜଣେ ନାରୀ ଚାହିଁଲେ ଘରକୁ ସ୍ୱର୍ଗ ବା ନର୍କରେ ପରିଣତ କରିପାରେ , ନାରୀ ସୃଷ୍ଟିକାରିଣୀ ଓ ସଂହାରକାରିଣୀ ମଧ୍ୟ। ସେ ଗଜପତି ଜିଲ୍ଲାର ଲିଙ୍ଗଗତ ବୈଷମ୍ୟତା ଉପରେ ଆଲୋକପାତ କରିଥିଲେ।
ସମ୍ମାନୀତ ଅତିଥି ଶ୍ରୀମତୀ ନାୟକ ନାରୀମାନଙ୍କ ସୁରକ୍ଷା ନିମନ୍ତେ କି କି ଆଇନ ରହିଛି ଓ ସମାଜର ମଧ୍ୟ ଦାୟିତ୍ବ ଓ ପ୍ରତିବଦ୍ଧତା ରହିଛି ବୋଲି କହିଥିଲେ। ଅତିଥି ଆବାହନ ଶ୍ରୀମତୀ ଗୀତା ପାତ୍ର , ପରିଚୟ ପ୍ରଦାନ ଶ୍ରୀମତୀ ସରିତା ପାଣିଗ୍ରାହୀ , ସ୍ୱାଗତ ଭାଷଣ ଡ଼.କଲ୍ୟାଣୀ ମିଶ୍ର ଦେଇଥିବା ବେଳେ ସଙ୍ଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ ଶ୍ରୀମତୀ ମିନା ଟହଲ।
ଏହି ଅବସରରେ ସଙ୍ଗୀତ , ସାରସ୍ଵତ ସାଧନ , ସାଙ୍ଗଠନିକ ଓ ସାଂସ୍କୃତିକ କ୍ଷେତ୍ରରେ ବିଶିଷ୍ଟ କାର୍ଯ୍ୟ ନିମନ୍ତେ ଶ୍ରୀମତୀ ବି.କୋମଳାଙ୍ଗୀ , ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ଶ୍ରୀମତୀ ବରଦା ଆଚାର୍ଯ୍ୟ , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଜୟିନୀ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାନପତ୍ର ଶ୍ରୀମତୀ ବବିତା ପୁରୋହିତ , ସୁଶ୍ରୀ ଡ଼ଲି ଭୂୟାଁ , ଶ୍ରୀମତୀ ସଙ୍ଗୀତା ପାତ୍ର ପାଠ କରିଥିବାବେଳେ ସମ୍ବର୍ଦ୍ଧନା ଓ ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ସୁନିତା ବେହେରା , ଶ୍ରୀମତୀ ନିବେଦିତା ପଟ୍ଟନାୟକ , ସୁଶ୍ରୀ ଶିବାନୀ , ସ୍ୱାତୀ ପାଣିଗ୍ରାହୀ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟାମାନେ ଦୀପମନ୍ତ୍ର ଉଚ୍ଚାରଣ ସହ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ ଭକ୍ତିସଙ୍ଗୀତ ସଂସଦର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।
ସୁଶ୍ରୀ ଶ୍ଵେତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏହି କର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶ୍ରୀ ସରୋଜ କୁମାର ପଣ୍ଡା , ଶ୍ରୀ ରାଜେନ୍ଦ୍ର ରଥ , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ମୁରଲୀ ପରିଚ୍ଛା , ଶ୍ରୀ ବିଷ୍ଣୁ ପଣ୍ଡା , ଶ୍ରୀ ତ୍ରିପତି ପଣ୍ଡା , ଶ୍ରୀ ଶରତ ସାହୁ , ଶ୍ରୀ ଭରତ ଭୂଷଣ ମହାନ୍ତି , ଶ୍ରୀ ବିନୋଦ ଜେନା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଉପାନ୍ତପ୍ରହରୀ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post