ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଡାକ୍ତର ପ୍ରମୋଦ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
“ନାରୀର ସଶକ୍ତିକରଣ ସ୍ୱାସ୍ଥ୍ୟ ସେବାରେ ଗୁରୁତ୍ୱପୂର୍ଣ୍ଣ ” ବିଷୟରେ ଡାକ୍ତର ସନ୍ଧ୍ୟାରାଣୀ ପାଣିଗ୍ରାହୀ ଆଲୋକପାତ କରିଥିଲେ। ଏହି ଅବସରରେ ଅନ୍ୟ ମାନେ ସମାଜରେ ନାରୀର ଭୂମିକା ସମାନତା ସଶସ୍ତ୍ରୀକରଣ ସଂଘର୍ଷ ବଳିଦାନ ଓ ତ୍ୟାଗ ପ୍ରତ୍ୟେକ କ୍ଷେତ୍ରରେ ନାରୀର ଅବଦାନକୁ ନେଇ ଆଲୋଚନା କରିଥିଲେ। ନାରୀର ସମ୍ମାନ ସ୍ଵତନ୍ତ୍ରତା ଓ କାର୍ଯ୍ୟ ଦକ୍ଷତା ଉପରେ ଡାକ୍ତର ପ୍ରମୋଦ ପଣ୍ଡା ଅତି ସୁନ୍ଦର ଭାବରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ଇତିଶ୍ରୀ ମିଶ୍ର ଓ ଡାକ୍ତର ରେଗା ଲଷ୍ମୀ ନାରାୟଣ ପଟ୍ଟନାୟକ ମଞ୍ଚାସୀନ ଥିବା ବେଳେ ଅନ୍ୟାନ୍ୟ ସମସ୍ତ ବିଭାଗର ସ୍ବାସ୍ଥ୍ୟସେବିକା ବିଭିନ୍ନ କ୍ଷେତ୍ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ସମସ୍ତ ଉପସ୍ଥିତ ଚିକିତ୍ସାଳୟର ଡାକ୍ତର ଓ ମହିଳା କର୍ମୀ ଆନ୍ତର୍ଜାତୀୟ ମହିଳା ଦିବସ ଓ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଚିକିତ୍ସାଳୟ ପରିସରରେ ପରିଭ୍ରମଣ କରି ସଚେତନତା ଓ ଜାଗୃକତା ସୃଷ୍ଟି କରିଥିଲେ।
Sign in
Sign in
Recover your password.
A password will be e-mailed to you.