ମହାଶିବରାତ୍ରୀ ଉପଲକ୍ଷେ ବୃକ୍ଷ ରୋପଣ

0

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ପବିତ୍ର ମହାଶିବରାତ୍ରୀ ପାଳନ ଅବସରରେ ନେଟଙ୍ଗା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ନେଟଙ୍ଗା ସବୁଜ ବାହିନୀ ଙ୍କ ମିଳିତ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନେଟଙ୍ଗା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ସ୍ଵାମୀ ମନ୍ଦିର ପ୍ରାଙ୍ଗଣ ଓ ମନ୍ଦିର ପାର୍ଶ୍ୱରେ ବଉଳ କୋଳି, କରଞ୍ଜ, ବେଲ, ରକ୍ତ ଚନ୍ଦନ, ଅର୍ଜୁନ , ମନ୍ଦାର ଓ କ୍ରୋଟନ ଗଛ ଆଦି ରୋପଣ କରାଯାଇଛି। ପ୍ରକୃତି ବନ୍ଧୁ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ପବିତ୍ର କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ରମା ବଲ୍ଲଭ ସ୍ଵାଇଁ, ମନ୍ଦିର ପରିଚାଳନା କମିଟି ସଭ୍ୟବୃନ୍ଦ, ମନ୍ଦିର କର୍ମକର୍ତ୍ତା, ନେଟଙ୍ଗା ସବୁଜ ବାହିନୀ ସଦସ୍ୟ ତଥା ସ୍ଵେଚ୍ଛାସେବୀ ମାଧବ ନାୟକ, ସୁଧୀର ନାୟକ, ରୁଦ୍ରନାରାୟଣ ପାତ୍ର, ଚିତ୍ତରଂଜନ ଲେଙ୍କା, ସନ୍ତୋଷ, କାର୍ତ୍ତିକେଶ୍ଵର, ମାନସ, ସଂଗ୍ରାମ, ସୋନୁ, ପିଣ୍ଟୁ, ପ୍ରକାଶ, ଅମୂଲ୍ୟ, କାର୍ତ୍ତିକ ଓ କାର୍ତ୍ତିକ ସ୍ଵାଇଁ ଆଦି ସକ୍ରିୟ ଅଂଶଗ୍ରହଣ କରି ପ୍ରତ୍ୟେକେ ଗୋଟିଏ ଗୋଟିଏ ବୃକ୍ଷ ଚାରା ରୋପଣ କରିଥିଲେ।
ପ୍ରକାଶ ଥାଉକି, ନେଟଙ୍ଗା ସବୁଜ ବାହିନୀ ବର୍ଷର ପ୍ରତ୍ୟେକ ପର୍ବ ପର୍ବାଣୀ, ବିଭିନ୍ନ ଉତ୍ସବ ଓ ଜାତୀୟ ଦିବସ ଅବସରରେ ବୃକ୍ଷ ରୋପଣ, ବନମହୋତ୍ସବ ପାଳନ , ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପରିଚାଳନା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାଆନ୍ତି। ଗତ ଗହ୍ମା ପୂର୍ଣ୍ଣିମା, ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଓ ଗୁରୁ ଦିବସ ଅବସରରେ ନେଟଙ୍ଗା ସବୁଜ ବାହିନୀ ଆନୁକୁଲ୍ୟରେ ବ୍ୟାପକ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନେଟଙ୍ଗା ସବୁଜ ବାହିନୀ ର ଏହି କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.