ମହା ଶିବରାତ୍ରୀ ରେ କେଲିଆ ବାବା ଝାଡେଶ୍ୱର ଙ୍କୁ ଦର୍ଶନ କରିବାକୁ ଯାଇ ବାଇକ୍ ଦୁର୍ଘଟଣା ରେ ଦୁଇ ଶିଶୁ ଆହତ ଜଣେ ଗୁରୁତ୍ତର
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୮/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ମନ୍ଦିର ଦର୍ଶନ କରିବାକୁ ଆସିବା ସମୟରେ ମୁଣ୍ଡା ପଦର ବୁଲାଣି ନିକଟରେ ବାଇକ୍ ଦୁର୍ଘଟଣା ଯୋଗୁଁ ଦୁଇ ଶିଶୁ ଆହତ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଝରିଗାଁ ବ୍ଲକ ଚକଲା ପଦର ପଞ୍ଚାୟତ ଅନ୍ତର୍ଗତ ସାକଜବା ଗ୍ରାମର ମାନୁ ଗୌଡ଼ (୪୫) ତା ପୁଅ ଦଳପତି ଗୌଡ଼ (୧୩) ଓ ପୁତୁରା ହେମନ୍ତ ଗୌଡ଼ (୧୨) ।ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଜଣ ଙ୍କୁ ୧୦୮ ଏମ୍ବୁଲାନ୍ସ ଯୋଗେ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ମାନୁ ଗୌଡ଼ ଙ୍କୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।ସୂଚନା ଅନୁଯାୟୀ ଆଜି ପବିତ୍ର ଶିବରାତ୍ରି ଉପଲକ୍ଷେ ଝରିଗାଁ ବ୍ଲକ ସାକଜବା ଗ୍ରାମ ର ମାନୁ ଗୌଡ଼ ତା ପୁଅ ଦଳପତି ଓ ପୁତୁରା ହେମନ୍ତ କୁ ଧରି ଏକ ବାଇକ୍ ରେ ପ୍ରଥମେ ଝରିଗାଁ ର ଚନ୍ଦନ ଧାରା ଓ ପରେ ଡାବୁଗାଁ ର ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ମନ୍ଦିର ଦର୍ଶନ କୁ ଆସୁଥିଲେ। ତେବେ ଦିନ ପ୍ରାୟ ୧୧ ଘଣ୍ଟ ସମୟରେ ଝରିଗାଁ ବ୍ଲକ ଅନ୍ତର୍ଗତ ମୁଣ୍ଡା ପଦର ଗ୍ରାମ ନିକଟ ଏକ ବୁଲାଣି ରେ ବାଇକ୍ ଭାରସାମ୍ୟ ହରାଇବାରୁ ତିନି ଜଣ ବାଇକ୍ ରୁ ଛିଟିକି ରାସ୍ତା କଡ଼ରେ ପଡ଼ିଥିଲେ। ମାନୁ ଗୌଡ଼ ର ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିବା ବେଳେ ପୁଅ ଦଳପତି ଓ ପୁତୁରା ହେମନ୍ତ ସାମାନ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତିନି ଜଣଙ୍କୁ ରାସ୍ତା କଡରୁ ଉଦ୍ଧାର କରାଯାଇ ୧୦୮ ଏମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠା ଯାଇଥିଲା।