ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୮/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ କେଲିଆ ଶୈବ ପୀଠରେ ମହା ଶିବରାତ୍ରି ଜାଗର ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବାବା ଝାଡେଶ୍ୱର ମନ୍ଦିର ରେ ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା କରାଯାଇଥିବା ବେଳେ ଶ୍ରଦ୍ଧାଳୁ ମାନୁ ମନ୍ଦିର ସମ୍ମୁଖରେ ଥିବା ବ୍ୟାରିକେଡ଼ ରେ ଧାଡ଼ି ବାନ୍ଧି ମହାଦେବଙ୍କୁ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁ ଙ୍କ ଭିଡ କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ତରଫରୁ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯୁବକ ମାନଙ୍କୁ ନିୟୋଜିତ କରାଯାଇଥିଲା। ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ସହ କୋରାପୁଟ, କଳା ହାଣ୍ଡି ଓ ପୋଡଶି ଛତିଶଗଡ ରାଜ୍ୟରୁ ୨୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ରାତ୍ର ୯ ଘଣ୍ଟ ସମୟରେ ମହା ଦ୍ଵିପ ଉଠିବ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ। ସେହିପରି ବଣ ପାହାଡ ଘେରା ପାର୍ବତୀ ମନ୍ଦିର ରେ ମଧ୍ୟ ଆଜି ଶ୍ରଦ୍ଧାଳୁ ଙ୍କ ଭିଡ ଜମିଥିଲା। ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ର ରେ ଦୁଇଟି ଦେଶିଆ ନାଟ ମଞ୍ଚସ୍ଥ ହେବ। କେଲିଆ ବାବା ଝାଡେଶ୍ୱର ଙ୍କୁ ଦର୍ଶନ କରିବା ପାଇଁ ଆଜି ଡାବୁଗାଁ ବିଧାୟକ ମନୋହର ରନ୍ଧାରି,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝି, ପାପଡ଼ା ହାଣ୍ଡି ଜିଲ୍ଲା ପରିଷଦ ସଭ୍ୟା ଡକ୍ଟର ଲିପିକା ମାଝୀ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର ଯୋଗ ଦେଇଥିବା ବେଳେ ମନ୍ଦିର ପରିଚାଳନା ସମ୍ପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ, ଧର୍ମାନନ୍ଦ ନାୟକ, ପଦ୍ମଚରଣ ମାଝୀ, ଭାଗିରଥି ମାଝି, ମହନ ସିଂ ଗଣ୍ଡ, ଭଗବାନ ମାଝୀ ସହ କମିଟି ର ଅନ୍ୟମାନେ ସହଯୋଗ କରିଥିଲେ। ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କାରାଇଯାଇଥିଲା। ଡାବୁଗାଁ ମେଡିକାଲ ର ଭ୍ରାମ୍ୟମାଣ ଦଳ ଭକ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଥିଲେ। ସେହିପରି ଡାବୁଗାଁ ଡଙ୍ଗରିଗୁଡ଼ା ଶୈବ ପୀଠ, ମେଦନା ରୋଡ ସ୍ଥିତ ଧବଳେଶ୍ଵର ଶୈବ ପୀଠ, ବିରିଶୋଲା ଶୈବ ପୀଠ, ଜୁନା ପାଣି ଶୈବ ପୀଠରେ ଆଜି ମହା ଶିବରାତ୍ରୀ ଉତ୍ସବ ରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.