ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୯ ମସିହା ବ୍ୟଚ ଛାତ୍ର ମାନଙ୍କ ବନ୍ଧୁମିଳନ

0

ଗୁଣପୁର: ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୭୯ ମସିହା ବ୍ୟଚ ଛାତ୍ର ମାନଙ୍କ ବନ୍ଧୁମିଳନ ଗୁଣପୁର  ନିକଟସ୍ଥ ପୁଳୁଗୁମି ଠାରେ ଅନୁଷ୍ଠିତ ହୋଇଥିଲା।ବହୁ ଦିନ ପରେ ସାଙ୍ଗ ମାନେ ଏକତ୍ରିତ ହୋଇ ବହୁ ଖୁସି ମନେ କରିଥିଲେ । ଗୋପାଳ ପଢିୟାରୀ,ଅଶୋକ ହୋତା, ଦର୍ଯୋଧନ ଦାସ,ସାନ୍ତନୁ ଦାସ, ଭି.ହରିନାଥ,ପୁଣ୍ଣ ସାହୁ, ସତ୍ଯ ନିଶଙ୍କ ସହଯୋଗ କ୍ରମେ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ଦୁଇବର୍ଷ ମଧ୍ୟରେ ସ୍ଵର୍ଗ ପ୍ରାପ୍ତି କରିଥିବା ବନ୍ଧୁ ମାନଙ୍କ ନିମନ୍ତେ ନୀରବ ପ୍ରାର୍ଥନା କରା ଯାଇଥିଲା। ଏହାସହ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ଛାତ୍ର ମାନଙ୍କ ଦ୍ଵାରା ବୃକ୍ଷରୋପଣ ନିମନ୍ତେ ନିଷ୍ପତି ଗ୍ରହଣ କରା ଯାଇଥିଲା।ଏହା ସହ ଆଗାମୀ ଦିନରେ ସାମାଜିକ କାର୍ଯ୍ୟକ୍ରମ ଓ ଜନ ସେବା କିପରି କରିହେବ  ଦୁର୍ଯ୍ୟୋଧନ ଦାସ ପ୍ରସ୍ତାବ ଦେଇଥିଲେ । ଶେଷରେ ଉପସ୍ଥିତ ସମସ୍ତ ସାଥିଙ୍କୁ ଧନ୍ୟବାଦ୍ ଦେଇ ସଭା ସଙ୍ଗ କରାଗଲା। ଆଜିର ଏହି କାର୍ଯ୍ୟ କ୍ରମରେ ପ୍ରାୟ ତିରିଶି ରୁ ପଞ୍ଚ ତିରିଶି ବନ୍ଧୁ ଯୋଗ ଦେଇ ଥିଲେ

Leave A Reply

Your email address will not be published.