ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଓଡ଼ିଶାର ଅଗ୍ରଣି ସାମାଜିକ ଅନୁଷ୍ଠାନ ତେଜସ୍ୱିନୀ ଦ୍ୱାରା ବେଲ ଗୁଣ୍ଠା ବ୍ଲକ ଆମ୍ବପୁଆ ଗ୍ରାମର ମିଶନ ଶକ୍ତି ଗୃହ ଠାରେ ନାରୀ ସଶକ୍ତିକରଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ସମସ୍ତ ବର୍ଗର ମହିଳା ମାନେ ଯୋଗ ଦେଇଥିଲେ।ପ୍ରଥମେ ମୂଖ୍ୟ ଅତିଥିମାନେ ଜଗନ୍ନାଥ ମହ।ପ୍ରଭୁ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।ଅତିଥିମାନେ ନାରୀ ସଶକ୍ତିକରଣ କିପରି ହୋଇ ପାରିବ ସୂଚନା ଦେବା ସହ ନାରୀ ଶକ୍ତି ର ବିକାଶ ଉପରେ ଗୁରୁତ୍ୱ ଧ୍ୟାନ ଦେବାକୁ କହିଥିଲେ।ତେଜସ୍ୱୀନି ସଂଗଠନ ଦ୍ୱାରା ସୌର ଯୋଜନା କୁ ନାରୀ ମାନଙ୍କ ପାଖରେ ପହଞ୍ଚାଇଥିଲେ।ଆଜିର କାର୍ଯ୍ୟକ୍ରମ ରେ ଉପସ୍ଥିତ ମହିଳା ମାନଙ୍କୁ ଟୋପି ପ୍ରଦାନ କରିବା ସହ ଜଳ ପାନ ବ୍ୟବସ୍ଥା କରାଯାଇଥିଲାମିଶନ ଶକ୍ତି ଗ୍ରୁପ ମୁଖ୍ୟ ପୁଷ୍ପାଞ୍ଜଳି ପତି, ସୋଲାର ପ୍ରଜେକ୍ଟ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଲୋକନାଥ ଛାତର, ତେଜସ୍ୱିନୀ ଗ୍ରୁପର ମୂଖ୍ୟ ଜ୍ୟୋତି ସିଂହ ଦୁଡି, ନାରୀ ସସକ୍ତି କରଣ ମୂଖ୍ୟ ଅମିତ ଦଳ ପ୍ରମୁଖ ଜୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.