ଭଜନ ସଂଧ୍ୟା ଓ ଗୀତ ଗୋବିନ୍ଦ ଗାନ ସହ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ
ଭୁବନେଶ୍ୱର-ଭୁବନେଶ୍ୱରଟଙ୍କପାଣି ରୋଡ୍ ବ୍ରହ୍ଣେଶ୍ୱରପାଟଣାସ୍ଥିତ ପ୍ରସିଦ୍ଧ ଶ୍ରୀବ୍ରହ୍ମେଶ୍ୱର ମନ୍ଦିରପୀଠରେ ପବିତ୍ର ମହା ଶିବରାତ୍ରୀ ଓ ଜାଗର ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହେବ ।ଆଗାମୀ ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରୀ ଉପଲକ୍ଷେ ଏଠାରେ ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହି ପ୍ରାଚୀନ ଶୈବ ମନ୍ଦିରପୀଠକୁ ଶିବରାତ୍ରୀ ଓ ଜାଗରଯାତ୍ରା ଉପଲକ୍ଷେ ସ୍ଥାନୀୟ ବ୍ରହ୍ମେଶ୍ୱର ପାଟଣା ସମେତ ଭୁବନେଶ୍ୱର ତଥା ଆଖପାଖରୁ ହଜାର ହଜାରସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି।ଏହି ଦିବସରେ ମନ୍ଦିରର କାର୍ଯ୍ୟନିର୍ଘଣ୍ଟ ଅନୁସାରେ ଭୋର ରାତ୍ରୀ ୩ଟାରୁ ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ବିଭିନ୍ନ ନୀତି ସମାପନ ପରେ ସକାଳ ୬ଟାରେ ସାହାଣ ମେଲା ଦର୍ଶନ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହେବ । ପରେ ପରେ ସକାଳ ୧୦ଟା ପର୍ଯ୍ୟନ୍ତ ବେଦ ପାଠ କରାଯିବ ।ଲୋକନାଥ ରୋଡ, ପୁରୀସ୍ଥିତ ଶ୍ରୀରାମଚନ୍ଦ୍ର ସ୍ୱାମୀ ବେଦ ବିଦ୍ୟାଳୟରୁ ପଣ୍ଡିତ ଦେବେନ୍ଦ୍ର କୁମାର ଦ୍ୱିବେଦୀ ଏବଂ ତାଙ୍କର ୫ଜଣ ସହଯୋଗୀ ବେଦପାଠ କାର୍ଯ୍ୟକ୍ର ମରହିଛି। ସେହିପରି ମଧ୍ୟାହ୍ନରେ ରୋଶ ହୋମ ଆଦି ନୀତି ପରେ ଅପରାହ୍ଣ ୩ ଟା ଓ ସଂଧ୍ୟା ୫.୩୦ ରେ ସାହାଣମେଳା ଦର୍ଶନ କାର୍ଯ୍ୟକ୍ରମ ରହିଛି ସଂଧ୍ୟାରେ ବିଭିନ୍ନ ନୀତି ପରେ ରାତି ୧୦.୩୦ ରେ ମହାଦୀପ ଉଠିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।
ମହା ଶିବରାତ୍ରୀ ଓ ଜାଗର ଯାତ୍ରା ଉପଲକ୍ଷେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଏଠାରେ ସଂଧ୍ୟାରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭଜନ କାର୍ଯ୍ୟକ୍ରମ ରଖାଯାଇଛି । ସେଦିନ ସଂଧ୍ୟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ବିଭିନ୍ନ ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନପରିବେଷଣ କରାଯିବ।ଏଥିରେ ମୁମ୍ବାଇର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନନ୍ତ ଭରଦ୍ୱାଜ, ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ ସମେତ ଆଦର୍ଶ, ଊର୍ମି, ତୃପ୍ତିନାୟକ, ସତ୍ୟବ୍ରତ ମଲ୍ଲିକ ପ୍ରମୁଖ ବହୁ କଣ୍ଠଶିଳ୍ପୀ ଯୋଗଦାନ କରି ଭଜନ ପରିବେଷଣ କରିବେ।ମହା ଶିବରାତ୍ରୀ ତଥା ଜାଗର ଯାତ୍ରା ଏବଂଆୟୋଜିତ ଭଜନ ସଂଧ୍ୟା ଉପଲକ୍ଷେ ଏଠାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜ୍ଞାନଓବୈଷୟିକ, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ଏବଂ ଓଡିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ।ଉକ୍ତ ଦିନ ଭଜନ ସଂଧ୍ୟା ସମେତ ବିଭିନ୍ନ କାର୍ଯ୍ୟକ୍ରମ ସହ ରାତିରେ ମନ୍ଦିରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ମନ୍ଦିରର ପରିଚାଳନା ଟ୍ରଷ୍ଟି ଶ୍ରୀ କାହ୍ନୁ ଚରଣ ସାମନ୍ତରାୟ, ଟ୍ରଷ୍ଟର ସାଧାରଣ ସଂପାଦିକା ଶ୍ରୀମତୀ ପୁଷ୍ପା ଦାସଙ୍କ ସମେତ ଅନ୍ୟତମ ଟ୍ରଷ୍ଟି ଶ୍ରୀ ପ୍ରତୀଶ ଭଞ୍ଜ, ଶ୍ରୀ ଦେବନାରାୟଣ ମହାନ୍ତି, ଶ୍ରୀ ଅଶୋକ ଦାସ, ଶ୍ରୀ ଚିତ୍ତରଞ୍ଜନ ପାତ୍ର, ଶ୍ରୀ ଶିବ ପଟ୍ଟନାୟକଏବଂ ସୁଶୀଲ ରାଉତରାୟ ପ୍ରମୁଖପ୍ରକାଶ କରିଛନ୍ତି ।