ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଶୀର୍ବାଦ ସମ୍ମିଳନୀ ସଭା ଗୃହ ଠାରେ ଜିଲ୍ଲାସ୍ତରୀୟ ଆଶା , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ ଗଜପତି ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ସୁଶ୍ରୀ ସ୍ଵାତୀ ଏସ୍ କୁମାର , ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀମତୀ ନିର୍ମଳା ସେଠୀ , ଅଧ୍ୟକ୍ଷା , ପୌରପରିଷଦ ପାରଳାଖେମୁଣ୍ଡି , ଡ଼ା.ପ୍ରମୋଦ କୁମାର ପଣ୍ଡା , ଡିଏମଓ , ଡ଼ା.ଏମ୍.ଏମ୍.ମଲ୍ଲୀକ , ଡିପିଏଚଓ , ଡ଼ା.ଏମ.କେ.ଭୁଆଁ , ଏଡିପିଏଚଓ , ସୁଶ୍ରୀ ସୌମ୍ୟାରାଣୀ ଗୌଡ଼ , ଡିପିଏମଓ ପ୍ରମୁଖ ଯୋଗଦେଇଥଲେ।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ ଯେ କୋଭିଡ ସମୟରେ ଆଶା ମାନଙ୍କ ଅବଦାନ ଅତୁଳନୀୟ। ଘରକୁ ଘର ବୁଲି କୋଭିଡ୍ କେଶ୍ ଚିହ୍ନଟ କରି ସ୍ୱାସ୍ଥ୍ୟ ସେବା ଜନସାଧାରଣଙ୍କୁ ଯୋଗାଇଥିଲେ। ଆଶା ବିନା ଆମ୍ଭେମାନେ କେବେହେଲେ କୋଭିଡ୍ ଉପରେ ବିଜୟ ଲାଭ କରିପାରିନଥାନ୍ତେ। ଏହା କେବଳ ସମ୍ଭବ ହୋଇଛି ଆଶା , ସରପଞ୍ଚ , ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା , ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି। ଆଶା କର୍ମୀମାନେ ହଁ ତୃଣ ମୂଳ ଠାରୁ ସ୍ଵାସ୍ଥ୍ୟ ସଚେତନାର ଭାର୍ତ୍ତାବହ ହୋଇଥିବାରୁ ଜିଲ୍ଲାର ସମସ୍ତ ୧୩୩୫ ଜଣ ଆଶା କର୍ମୀ ଓ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ହେବା ସହ ଗଜପତି ଜିଲ୍ଲାରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥି ପ୍ରତି ସଜାଗ ରହିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ ଆରମ୍ଭ ହୋଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ ଗଜପତି ଜିଲ୍ଲାର ସମସ୍ତ ଆଶା , ଅଙ୍ଗୱାଡ଼ି କର୍ମୀ , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ତୃଣମୂଳ ସ୍ତରରୁ ସ୍ବାସ୍ଥ୍ୟ ସେବାରେ ଆଶା କର୍ମଚାରୀ ସମସ୍ତ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିପାରିଛନ୍ତି ବୋଲି କହିଛନ୍ତି।
ଏହି ଅବସରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲାର ୭ ଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ବେଷ୍ଟ୍ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୪ ଜଣ ଆଶା କର୍ମୀଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ବେଷ୍ଟ ଗାଁ କଲ୍ୟାଣ ସମିତିର ୭ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବେଷ୍ଟ ମହିଳା ଆରୋଗ୍ୟ ସମିତି ୧୪ ଗୋଟି ମହିଳା ସଂଗଠନକୁ ପୁରସ୍କୃତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ , କର୍ମକର୍ତ୍ତା , ସ୍ଵାସ୍ଥ୍ୟ କର୍ମୀ , ଆଶା , ଅଙ୍ଗନବାଡି କର୍ମୀ , ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତାଙ୍କ ସମେତ ୩୦୦ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଶା ପ୍ରବନ୍ଧକ ଶ୍ରୀ ନାରାୟଣ ମଲ୍ଲିକ ଓ ଶ୍ରୀ ନେତ୍ରାନନ୍ଦ ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.