ଲକ୍ଷ୍ନୌ- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଏବଂ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉତ୍ତର ପ୍ରଦେଶର ଅବଶିଷ୍ଟ ୨୮ଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବା ପାଇଁ ଆଜି ଲକ୍ଷ୍ନୌ ଗସ୍ତ କରିଛନ୍ତି।ସୂଚନାଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନରେ ଏନ୍.ଡି.ଏ. ୪୦୦ ପାର ଲକ୍ଷ ରଖିଥିବାବେଳେ, ବୈଜୟନ୍ତଙ୍କୁ ୧୦୧ ଲୋକସଭା ଆସନର ଗୁରୁଦାୟିତ୍ବ କେନ୍ଦ୍ର ନେତୃବୃନ୍ଦ ଦେଇଛନ୍ତି। ଏହି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବୈଜୟନ୍ତ ମାରାଥନ ବୈଠକ କରି ପ୍ରାର୍ଥୀ ଚୟନ ଓ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଜି ବୈଠକରେ ଉତ୍ତର ପ୍ରଦେଶରେ ଅବଶିଷ୍ଟ ୨୮ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଚୁଡାନ୍ତ ହେବା ସହ କେନ୍ଦ୍ର ନେତୃବୃନ୍ଦଙ୍କ ଅନୁମୋଦନ ପାଇଁ ପଠାଜାଇଛି। ଏହି ବୈଠକରେ ବୈଜୟନ୍ତଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ, ଦୁଇ ଉପ-ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.