ଟ୍ରକ ଧକ୍କାରେ ଜଣେ ମୃତ, ୫ଘଣ୍ଟା ଧରି ରାସ୍ତା ରୋକ କଲେ ଲୋକେ

0

ବାସୁଦେବପୁର – ସ୍ଥାନୀୟ ଵିଦେଇପୁର ଠାରେ କଣ୍ଟିଆ ନାଳୀ ଠାରେ ଟ୍ରକ ଧକ୍କା ରେ ଜଣେ ବ୍ୟକ୍ତି ଙ୍କର ଜୀବନ ଯାଇଛି। ବ୍ୟକ୍ତି ଜଣକ ହେଲେ ମାୟାଧର ମଲିକ ବୟସ (୬୨)। କୌଣସି କାମ ରେ ରାସ୍ତା ରେ ଯିବା ସମୟ ରେ ଟ୍ରକ୍ ଧକ୍କା ଦେଇଛି ବୋଲି ଲୋକେ କହିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବିରେ ଦୀର୍ଘ ପାଞ୍ଚ ଘଣ୍ଟା ରୁ ଅଧିକ ସମୟ ଧରି ରାସ୍ତା ରୋକ କରିଥିଲେ । ଫଳ ରେ ବହୁ ଗାଡ଼ି ଯିବା ଆସିବା ନ କରି ଅପେକ୍ଷା କରି ଲାଇନ୍ ଧରି ରହିଥିବାର ଦେଖା ଯାଇଥିଲା। ଘଟଣା ସ୍ଥଳ କୁ ଏସ ଡି ପି ଓ ସୌରଭ ଓଟା, ଥାନା ଅଧିକାରୀଣି ସାବିତ୍ରୀ ପଣ୍ଡା, ତହସିଲଦାର ସୌଭାଗ୍ୟ ପଣ୍ଡା ଓ ସମସ୍ତ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଲୋକ ମାନଙ୍କ ସହ ଆଲୋଚନା କରି ବୁଝା ଶୁଝା କରିଥିଲେ। ରିପୋର୍ଟ ଲେଖା ସୁଦ୍ଧା ଆଲୋଚନା ଜାରି ଥିବା ଜଣା ଯାଇଛି।

Leave A Reply

Your email address will not be published.