ଜଗତସିଂହପୁର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓ.ୟୁ.ଏ.ଟି)ଅଧୀନରେ ଥିବା ଗ୍ରାମୀଣ କୃଷି ମୌସମ ସେବା ଓ କୃଷି ବିଜ୍ଞାନ କେନ୍ଦ୍ର,ଜଗତସିଂହପୁରର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜଳବାୟୁ ପରିବର୍ତ୍ତନ ଓ କୃଷି ଉପରେ ଏହାର ପ୍ରଭାବ ତଥା ପାଣିପାଗ ଭିତ୍ତିକ କୃଷି ପରାମର୍ଶ ଦ୍ଵାରା ଏହାର ସଫଳ ମୁକାବିଲା ସମ୍ଵନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଜୀବନଜୀତ୍ ସେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓ.ୟୁ.ଏ.ଟି କୃଷି ପାଣିପାଗ ପ୍ରକଳ୍ପର ମୁଖ୍ୟ ଡଃ ତୁଷାର ରଞ୍ଜନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ କୃଷି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ତଥା ଏହାର ସଫଳ ମୁକାବିଲା ପାଇଁ ଓ.ୟୁ.ଏ.ଟି ଦ୍ଵାରା ଜାରିକରାଯାଉଥିବା ସାପ୍ତାହିକ ପାଣିପାଗ ଭିତ୍ତିକ କୃଷି ପରାମର୍ଶ କୁ ଗ୍ରହଣ କରି ଚାଷକାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଡଃ ସଞ୍ଜିବ ଦ୍ବିବେଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ଘଟୁଥିବା ବିଭିନ୍ନ ବାତ୍ୟା,ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ଆଗୁଆ ସୂଚନା କିପରି ଉପଲବ୍ଧ କରାଯାଇପାରୁଛି ଏବଂ ତଦନୁସାରେ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଓ.ୟୁ.ଏ.ଟି ଗ୍ରାମୀଣ କୃଷି ମୌସମ ସେବାର ବୈଜ୍ଞାନିକ ଚିନ୍ମୟ କୁମାର ସାହୁ, ଓ.ୟୁ.ଏ.ଟି ଦ୍ଵାରା ଜାରି କରାଯାଉଥିବା କୃଷି ପାଣିପାଗ ସେବା ଉପରେ ଆଲୋକପାତ କରିଥିଲେ। ଆଇ.ଏମ୍.ଡି ର ଗବେଷଣା ସହାୟିକା କ଼ୁମାରୀ ପୁଜ୍ୟସ୍ମିତା ନାୟକ ଏବଂ ଓ.ୟୁ.ଏ.ଟିର କୃଷି ପାଣିପାଗ ନିରୀକ୍ଷକ ଗୌରୀଶଙ୍କର ପାଣିଗ୍ରାହୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଜାତୀୟ ମତ୍ସ୍ୟ ସଂଗଠନ ବୈଷୟିକ ପରାମର୍ଶଦାତା ଡଃ ରଶ୍ମିରଞ୍ଜନ ଦାସ ଯୋଗଦେଇ ମତ୍ସ୍ୟ ଚାଷ ସମ୍ବନ୍ଧରେ ଗୁରୁତ୍ଵ ପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଶ୍ରୀଯୁକ୍ତ ଦେବାଶିଷ ପଣ୍ଡା ଜଳବାୟୁ ପରିବର୍ତ୍ତନରେ ଫସଲର ରୋଗ ପୋକ ନିୟନ୍ତ୍ରଣ ବିଷୟରେ ଆଲୋଚନା କରିଥିଲେ। କୃଷି ଯନ୍ତ୍ରପାତି ବୈଜ୍ଞାନିକ ଦ୍ୱାରିକା ମୋହନ ଦାସ ଓ ମତ୍ସ୍ୟ ବିଜ୍ଞାନ ସହାୟିକା ସରିତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି କାର୍ଯ୍ଯକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଗୌରୀଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.