“ମୋର ପ୍ରଥମ ଭୋଟ ଦେଶ ପାଇଁ” କାର୍ଯ୍ୟକ୍ରମ ଅନୁଷ୍ଠିତ.

0

 ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ “ମୋର ପ୍ରଥମ ଭୋଟ ଦେଶ ପାଇଁ”ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ରେ ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଙ୍କ ନେତୃତ୍ୱ ରେ ଏକ ରାଲି ପୋଷ୍ୟ ଗ୍ରାମ ଟିରଲି ଆମ୍ବଗୁଡା କୁ ଯାଇ ଗ୍ରାମ ବାସୀ ଙ୍କୁ ଭୋଟ ଦାନ ବିଷୟରେ ସଚେତନ କରିଥିଲେ।ଏହାପରେ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରୀ ବେହେରା ଙ୍କ ସଭାପତିତ୍ବ ରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବକ୍ତା ଭାବେ ରାଜନୀତି ବିଜ୍ଞାନ ର ଅଧ୍ୟାପକ ସୁମନ୍ତ ବାଘେଲ ସାମିଲ ହୋଇ ଭୋଟ ଅଧିକାର ବିଷୟରେ ସଚେତନ କରିଥିଲେ। ଶିକ୍ଷା ବିଭାଗ ଅଧ୍ୟାପିକା ସୁଲୋଚନା ନାୟକ ନିଜ ବକ୍ତବ୍ୟ ରେ ଯୁବ ଭୋଟର ଙ୍କୁ ଅଧିକରୁ ଅଧିକ ସାମିଲ ହୋଇ ମତ ସାବ୍ୟସ୍ତ କରିବାକୁ ଆହ୍ବାନ ଦେଇଥିଲେ।ସହକାରୀ ପ୍ରଫେସର ହୃଷୀକେଶ ସୁବୁଦ୍ଧି ନିଜ ବକ୍ତବ୍ୟରେ ସୁ ନାଗରିକ ର ଗୁରୁ ଦାୟୀତ୍ବ ହେଉଛି ଭଲ ପ୍ରାର୍ଥୀ ଚୟନ ଓ ସେଥିପାଇଁ ଭୋଟ ହେଉଛି ବଳିଷ୍ଠ ମାଧ୍ୟମ। ବୀରକିଶୋର ଭୂୟାଁ ନିଜ ବକ୍ତବ୍ୟରେ ଯୁବ ସମାଜ ହେଉଛି ଦେଶର ମେରୁଦଣ୍ଡ ଓ ମଜବୁତ୍ ଗଣତନ୍ତ୍ର ପାଇଁ ଉପଯୁକ୍ତ ପ୍ରାର୍ଥୀଚୟନ ରେ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ। ଅଧ୍ୟାପକ ଶ୍ରବଣ କୁମାର ପୁଝାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.