ବେଲଗୁଣ୍ଠାରେ ବିଜୁ ଜୟନ୍ତୀ ପାଳିତ

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବିଜୁ ଜୟନ୍ତୀ ଅବସରରେ ସକାଳ ଆଠ ଘଣ୍ଟା ତିରିଶି ମିନଟ୍ ସମୟରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀଙ୍କ ନେତୃତ୍ୱରେ ସମସ୍ତ କାଉନସିଲର୍, ବରିଷ୍ଠ ବିଜେଡ଼ି ନେତା ଏବଂ କର୍ମୀ ଆସି ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ବିଜୁ ବାବୁ ଅମର ରହେ ଧ୍ୱନି ଦେଇଥିଲେ I ଏହା ପରେ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ୍, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବରିଷ୍ଠ ନେତା ଟୁଟୁ ସୁବୁଦ୍ଧି, ଫିରୋଜ ମହାପାତ୍ର, ମନୋଜ ପାତ୍ର, ଯୁବନେତା ଆଲୋକ ସାହାଣୀ, କାଉନସିଲର୍ ଭାସ୍କର ପାତ୍ର,ଦିବ୍ୟ ରଞ୍ଜନ ଦାଶ,ଦିଲ୍ଲୀପ କୁମାର ଆଚାରୀ,ଲିଜା ବେହେରା,ପ୍ରଦୀପ ସେଠୀ, ପ୍ରିୟମ୍ବଦା ସାମଲ୍,ପ୍ରଗତି ପାତ୍ର,ପ୍ରତିମା ସ୍ୱାଇଁଙ୍କ ସମେତ ବହୁ ବିଜେଡି଼ ନେତା ଏବଂ କର୍ମୀ ଉପସ୍ଥିତ ଥିଲେ I

Leave A Reply

Your email address will not be published.