ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପାଳିତ

0

ଭୁବନେଶ୍ୱର, ୦୫/୦୩/୨୦୨୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଆଜି ଶଙ୍ଖଭବନରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସକାଳ ୮ ଘଣ୍ଟା ସମୟରେ ଶଙ୍ଖ ଭବନଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଦଳର ବରିଷ୍ଠ ନେତା ତଥା ମୁଖପାତ୍ର ଶ୍ରୀ ସଂଜୟ ଦାସବର୍ମାଙ୍କ ସଭାପତିତ୍ୱରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା ।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ସାଂସଦ ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର, ସୁଲତା ଦେଓ, ରାଷ୍ଟ୍ରୀୟ ମୁଖପାତ୍ର ଡ. ସଂତୃପ୍ତ ମିଶ୍ର, ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟୀ ମେୟର ମଂଜୁଲତା କହଁର, ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ, ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର, ତୁମ୍ବନାଥ ପଣ୍ଡା, ଇପ୍ସିତା ସାହୁ, ଓମ୍ ପ୍ରକାଶ ସାହୁଙ୍କ ଙ୍କ ସମେତ ଦଳର ଶତାଧିକ ବରିଷ୍ଠ ନେତା ଓ ମହିଳା, ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଏହା ପରେ ଦଳୀୟ ନେତୃବୃନ୍ଦ ବିମାନବନ୍ଦର ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଦଳୀୟ ନେତୃବୃନ୍ଦଙ୍କ ଗହଣରେ ବିଜୁ ପଟ୍ଟନାୟକ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.