ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ୍ ତଥା ଗଜପତି ଜିଲ୍ଲାର ସର୍ବବୃହତ୍ତମ ବ୍ଲକ୍ ମୋହନାକୁ ଏନ୍.ଏ. ସି ମାନ୍ୟତା ଦାବିରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତର ବିଭିନ୍ନ ସଂଗଠନ। ମୋହନା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ। ଗତ କିଛି ଦିନ ତଳେ ରାଜ୍ୟ ସରକାର ରାଜ୍ୟର ୩୫ଟି ସହରକୁ ଏନ୍ ଏ ସି ଓ ୫ଟି ସହରକୁ ପୌର ପରିଷଦ ଭାବେ ଘୋଷଣା କରିଛନ୍ତି। କିନ୍ତୁ ଦୀର୍ଘ ବର୍ଷ ହେଲା ମୋହନାକୁ ଏନ୍.ଏ.ସି ର ମାନ୍ୟତା ପାଇଁ ଉନ୍ନୟନ ପରିଷଦ , ଏମକେସିଜି ଯୁବକ ସଂଘ , ୨ଟି ବଣିକ ସଂଘ , ସାମ୍ବାଦିକ ସଂଘ , ଓକିଲ ସଂଘ , ମହିଳା ସଂଘ , ଜନପ୍ରତିନିଧି ଓ ବୁଦ୍ଧିଜୀବୀ , ଶିକ୍ଷାବିତ୍ ଦାବି କରି ଆସୁଛନ୍ତି । ବିଡମ୍ବନାର ବିଷୟ ୧୦ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ମୋହନାକୁ ଏନ୍ ସି ଘୋଷଣା କରାଯାଇନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ଯଦି ସରକାର ମୋହନାକୁ ଏନ୍ ଏ ସି ର ମାନ୍ୟତା ପ୍ରଦାନ ନ କଲେ ଆନ୍ଦୋଳନ ସହ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ପରିଷଦର ସଭାପତି ଓ କର୍ମକର୍ତ୍ତାବୃନ୍ଦ। ଏଥିପାଇଁ ଆସନ୍ତା ୬ ତାରିଖ ଦିନ ମୋହନାରେ ଏକ ସମାବେଶ ସହ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରାଯାଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି।
ଏହି ସାମ୍ବାଦିକ ସମିଳନୀରେ ଉନ୍ନୟନ ପରିଷଦ ସମ୍ପାଦକ , ରସାନନ୍ଦ ପାଣି , ସଭାପତି , ଉପଦେଷ୍ଟା ମଧୁସୂଦନ ପାଢ଼ୀ , ଭିକାରି ବେହେରା , ଲକ୍ଷ୍ମଣ ଚୌଧୁରୀ , ବିଭୂଚରଣ ମଳିକ , ଯୁବକ ସଂଘ ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.