ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି: ବିଜେଡି

0
  •  ବିଜୁସେତୁଯୋଜନାରେ ଗତ ୧୦ ବର୍ଷରେ ୧୪୧୫ ବ୍ରିଜ ନିର୍ମାଣହୋଇଛି

  •  ମାଓପ୍ରଭାବିତ ଅଞ୍ଚଳରେ ୬୦୨ କି.ମିରାସ୍ତା ନିର୍ମାଣ

ଭୁବନେଶ୍ୱର, ୦୪/୦୩/୨୦୨୪:ରାଜ୍ୟରେ ରାଜ୍ୟ ରାଜପଥ ୪୧୨୪ କିମି, ଜିଲ୍ଲା ମୁଖ୍ୟ ରାସ୍ତା ୨୬୩୧ କିମିଓଜିଲ୍ଲାର ଅନ୍ୟ ରାସ୍ତା ୧୮,୮୦୯ କିମିରହିଛି ।ରାଜ୍ୟରେବିଜୁ ଏକ୍ସପ୍ରେସ ୱେ ଉତ୍ତର ଦକ୍ଷିଣ କରିଡରରେ ୬୩୮ କିମି ନିର୍ଦ୍ଧାରିତ ରାସ୍ତାରୁ ୬୩୫ କିମି ତିଆରି ସମ୍ପୂର୍ଣ୍ଣହୋଇଛି ।ସେହିପରିବିଗତ ଚାରି/ପାଞ୍ଚ ବର୍ଷରେ ୨୦୪ ବ୍ରିଜ ନିର୍ମାଣ, ୧୩ ରୋଡ଼ ଓଭରବ୍ରିଜ, ୧୨ ଚେକ ଡ୍ୟାମ ଓ ୮୨୦୭ କିମି ରାସ୍ତାର ଉନ୍ନତି କରଣହୋଇଛି ।ଗତ ଏକ ଦଶନ୍ଧିରେ ବିଜୁ ସେତୁ ଯୋଜନାରେ ୧୪୧୫ ଟି ବ୍ରିଜ ନିର୍ମାଣହୋଇଛିବୋଲି ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିବିଜେଡିଜାତୀୟମୁଖପାତ୍ର ଡଃସଂତୃପ୍ତ ମିଶ୍ର ।
ଶ୍ରୀମିଶ୍ରକହିଛନ୍ତି ଯେ, ନେତାଜୀ ସୁବାଷ ବୋଷ ଓ ବାବା ସାହେବ ଆମ୍ବେଦକରଙ୍କ ନାମରେ ଯଥାକ୍ରମେ କଟକ ଓ ଭୁବନେଶ୍ୱରରେ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣହୋଇଛି ।ବିମାନ ବନ୍ଦର ଭିତ୍ତିଭୂମି କ୍ଷେତ୍ରରେ ମାଲକାନଗିରି, ରଙ୍ଗେଇଲୁଣ୍ଡା ନିର୍ମାଣହୋଇଛି। ଭୁବନେଶ୍ୱର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ରୂପାନ୍ତିକରଣକରାଯାଇଛି ।ସେହିପରି୧୪,୨୭୭ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକରାଯାଇଛି । ଅନ୍ୟ ପଟେପାଞ୍ଚଟି ମହାନଗର ସମେତ ୧୦୯ଟି ନଗରରେ ଶତ ପ୍ରତିଶତ ନଳ ଯୋଗେ ପାନୀୟ ଜଳ ଯୋଗାଣହୋଇଛି ।
ସେ ଆହୁରି ମଧ୍ୟକହିଛନ୍ତି ଯେ,କୃଷି ଭିତ୍ତିଭୂମି କ୍ଷେତ୍ରରେ ବଲାଙ୍ଗୀରରେ ଲୋୟରଶୁକତେଲ, ବରଗଡ଼ରେ ଗଙ୍ଗାଧର ମେହର ଲିଫ୍ଟ ଇରିଗେସନ ସମ୍ବଲପୁରରେ ହଳଦିଆ ଡ୍ୟାମ ଇତ୍ୟାଦି ନିର୍ମାଣହୋଇଛି ।କ୍ରୀଡା ଭିତ୍ତିଭୂମି କ୍ଷେତ୍ରରେ ସର୍ବ ବୃହତ କ୍ରୀଡା ବିଜ୍ଞାନ କେନ୍ଦ୍ର ଓ ଏସିଆର ସର୍ବ ବୃହତ ଇଣ୍ଡୋର ଆଥଲେଟିକ କେନ୍ଦ୍ର ନିର୍ମାଣହୋଇଛି ।ସେହିପରି୨୦ ହକି ପ୍ରଶିକ୍ଷଣ କେନ୍ଦ୍ର ନିର୍ମିତହୋଇଛି ।ଏହିସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ଜାତୀୟମୁଖପାତ୍ରଡକ୍ଟରସସ୍ମିତ ପାତ୍ରଉପସ୍ଥିତ ଥିଲେ ।

Leave A Reply

Your email address will not be published.