(ଶିବରାମ ଚୌଧୁରୀ )- ଘୁମୁସରର ପ୍ରାଚୀନ ରାଜଧାନୀ ଜୟନ୍ତୀଗଡ ନିକଟସ୍ଥ ପବିତ୍ର ରଘୁନାଥ ସ୍ଵାମୀଙ୍କ ପୀଠ ନେଟଙ୍ଗାସ୍ଥିତ ରତ୍ନପୁର ଠାରେ ତଥା ଦୀନଵନ୍ଧୁ ବେହେରାଙ୍କ ଜନ୍ମ ଭବନ(ଏଣ୍ଟୁଡିଶାଳ )ଠାରେ ତାଙ୍କର ୫ ଫୁଟର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବାସହ ଭବନ ସମ୍ମୁଖରେ ମହା ସମାରୋହରେ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ,ସଙ୍ଗଠକ ପଞ୍ଚାନନ ଗୌଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀନଵନ୍ଧୁ ବେହେରାଙ୍କ କୃତିତ୍ୱ ତଥା କାର୍ଯ୍ୟାବଳୀ ବିଷୟରେ ଗଭୀର ଭାବେ ଆଲୋକପାତ କରିଥିଲେ । ଘୁମୁସରର ବିଶିଷ୍ଟ କୃଷି ବିଶାରଦ ରାଜେନ୍ଦ୍ର କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବାବେଳେ ଘୁମୁସର ବରିଷ୍ଠ ନାଗରିକ ସଂଘର ସଭାପତି ତଥା ଘୁମୁସର ବିକାଶ ପରିଷଦର ସଭାପତି ସୋମନାଥ ନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ ତଥା ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ବେହେରାଙ୍କ ସ୍କୃତି ଚାରଣ କରିଥିଲେ । ଉକ୍ତ ଜୟନ୍ତୀ ସମାରୋହରେ ଦିନବନ୍ଧୁ ବେହେରାଙ୍କ ଦ୍ବାରା ଘୁମୁସରରେ ସ୍ଥାପିତ ହେଇଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଵା ସହ ଉକ୍ତ ଵିଦ୍ୟାଳୟର ମେଧାବୀ ଛାତ୍ର ଏବଂ ଗରୀବ ଛାତ୍ର ୨୨ ଜଣଙ୍କୁ ଏବଂ ଵେଲଗୁଣ୍ଟା ପଞ୍ଚାୟତ ସମିତିର ୧୦ ଜଣ ସରପଞ୍ଚ ଓ ୧୫ ଜଣ ଆଦର୍ଶ କୃଷକଙ୍କୁ ଏବଂ ନେଟଙ୍ଗା , ରତ୍ନପୁର ଓ କୁମ୍ଭାରସାହି ନା ସର୍କିତ୍ତନ ଦଳକୁ
ମଧ୍ୟ ପରିଵାର ତରଫରୁ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସ୍ବାସ୍ଥ୍ୟ ଶିବିରରେ ଅଞ୍ଚଳର ବହୁ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ବିଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡ଼ାକ୍ତର ଵୃନ୍ଦାବନ ଗୈଡ,ସ୍ତ୍ରୀରୋଗ ଵିଷଶଷଜ୍ଞ,ଡାକ୍ତର ସିମାଞ୍ଚଳ ଦାସ, ଭେଷଜ ଵିଶଷଜ୍ଞ, ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ,ଚିକିତ୍ସକ ଗୋଵରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବହୁ ସ୍ବାସ୍ଥ୍ୟକର୍ମୀ ମାନେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଜନତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ପ୍ରବଚକ ସ୍ବାତି ସୁନ୍ଦର ସୀୟ ସଯୋଜନା କରିଥିବା ବଳେ ସ୍ବର୍ଗତ ଦୀନବନ୍ଧୁ ବେହେରାଙ୍କ କନିଷ୍ଠ ପୁତ୍ର ଅସୀମ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରିବାର ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ପରିବାରର ସମସ୍ତ ସଦସ୍ୟ, ସଦସ୍ୟା, ବନ୍ଧୁବାନ୍ଧବମାନେ ଯୋଗଦେଇ କାର୍ଯ୍ୟକ୍ରମକୁ। ସଫଳ କରିଥିଲେ ।
Sign in
Sign in
Recover your password.
A password will be e-mailed to you.