କନବାଗେରି ଚର୍ଚ୍ଚରେ ଚର୍ଚ୍ଚ ଗୋଷ୍ଠୀ କେନ୍ଦ୍ର ଭିତ୍ତିପ୍ରସ୍ଥର ସ୍ଥାପିତ

0 1

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର -12 ସ୍ଥିତ କନବାଗେରି ସିଏନଆଇ ଚର୍ଚ୍ଚ ମଧ୍ୟରେ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ-ବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ସିଂହାର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲ୍ଲିକ,ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବ ସ୍ମିତା ଶତପଥି, ଉପାଧ୍ୟାକ୍ଷ ସନ୍ତୋଷ କୁମାର ବାଘ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଘୁ.ଉଦୟଗିରି ପର୍ଯ୍ୟବେକ୍ଷକ କ୍ଳେଶ ପ୍ରଧାନ, ନଗର ସଭାପତି ପି.ସଞ୍ଜୀବ କୁମାର ପାତ୍ର, ନଗର ସଭାନେତ୍ରୀ କୃତାଞ୍ଜଳୀ ନାୟକ, ବିଧାୟକଙ୍କ ପ୍ରତିନିଧି ଅନିଲ କୁମାର ଦଳବେହେରା, କାଉନସିଲର ନନ୍ଦିତା ପ୍ରଧାନ, ଦୀପକ ନାୟକ, ସିଧେଶ୍ବରୀ ନାୟକ, ମୋନାଲିଶା ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ I ସେହିଭଳି ଘୁ.ଉଦୟଗିରି ବ୍ଲକର ଟିଆଙ୍ଗିଆରେ ଏକ ସଂଖ୍ୟାଲଘୁ ଗୋଷ୍ଠୀ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନା ମୁଖ୍ୟ ଅତିଥିଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନା ହୋଇ  ଯାଇଛି I

Leave A Reply

Your email address will not be published.