ମାହାଙ୍ଗା ମହିଳା ବିଜେଡି ବ୍ଲକ କମିଟି ଏବଂ ପଞ୍ଚାୟତ ସଭାପତି-ସମ୍ପାଦକ କମିଟି ଗଠିତ

0 1

https://youtu.be/5mI9FigTJhI

 ତୃଣମୂଳ ସ୍ତରରୁ ବିଜେଡି ମହିଳା ସଂଗଠନକୁ ମଝବୁତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶପଥ l

(ମାହାଙ୍ଗା-ଶାସକ ପ୍ରଶାସକ): ଆସନ୍ତା ୨୦୨୪ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମାହାଙ୍ଗା ମହିଳା ବିଜେଡି ବ୍ଲକ କମିଟି ଏବଂ ପଞ୍ଚାୟତ ସଭାପତି-ସମ୍ପାଦକ କମିଟି ଗଠିତ ହୋଇଯାଇଛି l ତୃଣମୂଳ ସ୍ତରରୁ ବିଜେଡି ମହିଳା ସଂଗଠନକୁ ମଝବୁତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ହାତମୁଠାକୁ ଟାଣ କରିବା ପାଇଁ ମହିଳାମାନେ ଶପଥ ଗ୍ରହଣ କରିଛନ୍ତି l ଏକ ସାମ୍ବାଦିକ ସମ୍ମିଳନୀ ରେ ମାହାଙ୍ଗା ମହିଳା ବିଜେଡିର ୫୨ ଜଣିଆ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପରାମର୍ଶ ଏବଂ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅନୁମୋଦନ କ୍ରମେ ବ୍ଳକର ୫୨ ଜଣ ଓ ୩୭ ଗୋଟି ପଂଚାୟତର ୭୪ ଜଣ ପଂଚାୟତ ସଭାନେତ୍ରୀ ଓ ସଂପାଦିକା ଙ୍କୁ ନିଯୁକ୍ତି କରାଯାଇଛି । ଏହି ଅବସରରେ ମାହାଙ୍ଗା ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ସୁଶ୍ମିତା ଦାସଙ୍କ ସଭାପତିତ୍ୱରେ କୁଆଁପାଳସ୍ଥିତ ପ୍ରତିଭା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ନୂତନ କର୍ମକର୍ତାଙ୍କ ନାମ ଘୋଷଣା କରାଯାଇଛି । ବ୍ଲକର ୫୨ ଜଣିଆ କମିଟିରେ ସଭାପତି ଭାବେ ସୁସ୍ମିତା ଦାସ, ଉପସଭାପତି ଭାବେ ଜୟନ୍ତୀ ସାହୁ, ପ୍ରତିମା ସାମଲ, ଯଶୋଦା ମହାନ୍ତି, ସନ୍ଧ୍ୟାରାଣୀ ମହାନ୍ତି, ଚିନ୍ମୟୀ ପଣ୍ଡା, ମାତାଜୀ ସେଠି, ରାଧାରାଣୀ ଜେନା, ସୁଚିତ୍ରା ମହାନ୍ତି, ନିର୍ମଳା ସ୍ୱାଇଁ, ବନଲତା ଦଳେଇ, ମନ୍ଦାଗିନୀ ରାଉତ, ରଶ୍ମିତା ମିଶ୍ର, କବିତା ସାହୁ, ମଧୁସ୍ମିତା ପ୍ରଧାନ, ମମତା ବେହେରା, ରଶ୍ମିତା ବେହେରା, କ୍ଷମାମୟୀ ସିଂ, ଆସମା ବିବି, ମିତା ଷଣ୍ଢ, ସତ୍ୟଭାମା ମଲିକ, ସାଧାରଣ ସମ୍ପାଦକ ଭାବେ କବିତା ମହନ୍ତ, ସ୍ନିଗ୍ଧା ସାମଲ, ଝିଲି ମଲିକ, ଧରିତ୍ରୀ ମହାନ୍ତି, ଇତିଶ୍ରୀ ସିଂ, ମମତା ମିଶ୍ର, ସଂଯୁକ୍ତା ପ୍ରଧାନ, ହରପ୍ରିୟା ରାଉତ, ରଶ୍ମିତା ମହାପାତ୍ର, ପଂକଜିନି ପ୍ରଧାନ, ଦେବଜ୍ୟୋତି ବିଶ୍ୱାଳ, ରଶ୍ମିତା ପ୍ରଧାନ, ତୁଳସୀ ଦାସ, ଅନୁପମା ସାହୁ, ସମ୍ପାଦକ ଭାବେ ସଂଯୁକ୍ତା ଘଡ଼େଇ, ନିର୍ମଳା ମହାରଣା, ଗୀତାଞ୍ଜଳି ଖଣ୍ଡେଇ, ପୂର୍ଣ୍ଣିମା ସୁନ୍ଦରାୟ, ଦୀପାରାଣୀ ସାହୁ, ମମତା ସିଂ,ମମତା ବେହେରା, ଝୁନୁ ଦେହୁରୀ, କବିତା ମାଢେଇ, ପୁଷ୍ପଲତା ଦାସ, ସୁମିତ୍ରା ବେହେରା,ମିନାକ୍ଷୀ ଲେଙ୍କା, ମାନସୀ ରାଉତ, କବିତା ରାଉଳ, ପୂର୍ଣ୍ଣଲତା ସାମଲ, ସମିତା ଦାସ, ସଂକୁନ୍ତଳା ରାଉତ ଙ୍କ ସମେତ ସେହିପରି ପଞ୍ଚାୟତର ସଭାପତି ଏବଂ ସମ୍ପାଦକ ଭାବେ 74 ଜଣଙ୍କ ନାମ ଘୋଷଣା କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଦୀପା ମଲିକ, ମହିଳା ଫେଡେରେସନ ସଭାପତି ସସ୍ମିତା ମହାନ୍ତି,ସଂପାଦିକା ମମତା ରାଉତଙ୍କ ସମେତ ବହୁ ମହିଳା କର୍ମକର୍ତା ଉପସ୍ଥିତ ଥିଲେ । ଏହି ଅବସରରେ ମାହାଙ୍ଗା ନବଗଠିତ ମହିଳା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତ ରାୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିବାବେଳେ ଆଗାମୀ ନିର୍ବାଚନ ରେ ବିଧାୟକ ପ୍ରତାପ ଜେନା ଙ୍କୁ ପୁର୍ନବାର ବହୁ ସଂଖ୍ୟା ଭୋଟରେ ଜିତାଇବା ପାଇଁ ସମସ୍ତ ମହିଳାମାନେ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ବୋଲି ପ୍ରକାଶ କରିଥିଲେ l

Leave A Reply

Your email address will not be published.