ପୂର୍ବତନ ସୈନିକ ରାମଚନ୍ଦ୍ର ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି

0 2

ଢେଙ୍କାନାଳ / ରବିନ୍ ଦାସ ; ଜିଲ୍ଲାର ପୂର୍ବତନ ସାମରିକ ସଂଘ ଦ୍ୱାରା ଗତ ଫେବୃଆରୀ ୨୨ ତାରିଖରେ ଦେହାନ୍ତ ହୋଇଥିବା ତାଳବରକୋଟ ଗ୍ରାମର ସୈନିକ ରାମଚନ୍ଦ୍ର ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ଅଦ୍ୟ ରବିବାର ସ୍ମୃତିଚାରଣ ତଥା ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସଂଘର ସଭାପତି ସୁବେଦାର ମେଜର କୈଳାସ ଚନ୍ଦ୍ର ରାଉତ, ସୁବେଦାର ମେଜର ରାମଚନ୍ଦ୍ର ମୁକୁଟ, ବିମଳ କୁମାର ଶତପଥୀ, ଶ୍ୟାମ ସୁନ୍ଦର ରଣା, ହେମନ୍ତ କୁମାର ଜେନା, କ୍ଷୀରୋଦ ରାଉତ, ଦେବରାଜ ଧଳ, ଦିଲ୍ଲୀପ ରାଉତ, ରମେଶ ଚନ୍ଦ୍ର ବରାଳ ପ୍ରମୁଖ ଅଂଶଗ୍ରହଣ କରି ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ସଦ୍‌ଗତି କାମନା କରିଥିଲେ ।

Leave A Reply

Your email address will not be published.