ରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଜିତେନ୍ଦ୍ରନାଥ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିବା ବେଳେ ମହାବିଦ୍ୟାଳୟର ଯୁବ ରେଡକ୍ରସ ର ଆବାହକ ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜନ ହୋଇଥିଲା।
ମହାବିଦ୍ୟାଳୟର ଅଧ୍ୟାପକ ତଥା ଯୁବ ରେଡକ୍ରସର ପରାମର୍ଶଦାତା ଶ୍ରୀ ପଇତ ଶବର , ଅଜୟ କୁମାର ରଇତ , ଉର୍ମିଳା ବଡମୁଣ୍ଡି ପ୍ରମୁଖ ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନେ ଅତି ଉତ୍ସାହର ସହ ଯୋଗ ଦେଇ ଶିବିର ଟିକୁ ସଫଳ କରିଥିଲେ। ଏହି ଶିବିରଟିରେ ଏଚ୍ ଡି ଏଫ୍ ସି ବ୍ୟାଙ୍କ , ପାରଳାଖେମୁଣ୍ଡି ଶାଖାର ଶ୍ରୀ ପ୍ରଦୋଷ କୁମାର ପାଢୀ , ସୁବ୍ରତ ଚୌଧୁରୀ ପ୍ରମୁଖ କର୍ମଚାରୀ ମାନେ ଯୋଗଦେଇ ରକ୍ତଦାତା ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି ଶିବିରରେ ମୋଟ ୬୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.