ଯୋଡ଼ା, ମାର୍ଚ୍ଚ ୩.୨୦୨୪: ଟାଟା ଷ୍ଟିଲ୍ ଓର ମାଇନ୍ସ ଆଣ୍ଡ୍ କ୍ୱାରିଜ୍ (ଓଏମ୍କୁ୍ୟ) ଡିଭିଜନ୍ ର ଯୋଡ଼ା ୟୁନିଟ୍ ପକ୍ଷରୁ ରବିବାର ଜାମସେତଜୀ ନୁସରୱାନଜୀ ଟାଟାଙ୍କ 185 ତମ ଜୟନ୍ତୀକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇଛି ।
ଟାଟା ଷ୍ଟିଲ୍ ଯୋଡ଼ାର ଚିଫ୍ ରାଜେଶ କୁମାର ଅନ୍ୟାନ୍ୟ ୟୁନିଟ୍ ର ଚିଫ୍, ମୁଖ୍ୟ, କର୍ମଚାରୀ, ଅଧିକାରୀ ଏବଂ ୟୁନିୟନ୍ ପ୍ରତିନିଧିଙ୍କ ସହ ମିଶି ଜେସିଓ ଅଫିସ ଠାରେ ଜେ ଏନ୍ ଟାଟାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏତଦବ୍ୟତୀତ, ଯୋଡ଼ା ଇଷ୍ଟ ଖଣି, ଖଣ୍ଡବନ୍ଧ ଖଣି, ଫେରୋ ପ୍ଲାଣ୍ଟ, ନୀଳାଚଳ ଖଣି ଓ ମାଙ୍ଗାନିଜ ଗ୍ରୁପ୍ ଅଫ୍ ମାଇନ୍ସର କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ମଧ୍ୟ ଏହି ଦୂରଦ୍ରଷ୍ଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ପ୍ରାତଃ ସମୟରେ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରିରେ ଅଂଶଗ୍ରହଣ କରିଥିଲେ ଯାହା ଯୋଡ଼ା ୱେଷ୍ଟ୍ କ୍ୟାମ୍ପ୍ ରୁ ଆରମ୍ଭ ହୋଇ ଜେସିଓ ଅଫିସ୍ ରେ ଶେଷ ହୋଇଥିଲା I ସେମାନେ ମଧ୍ୟ ଏହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହା ପରେ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ।