ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ
ଭୁବନେଶ୍ୱର: ଆର୍ସଲରମିଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ପ୍ରକଳ୍ପ “ଆରୋଗ୍ୟ” ର ଏକ ଅଂଶ ଭାବରେ ମହାକାଳପଡ଼ା ବ୍ଲକର ୧୧ ଟି ଗ୍ରାମରେ ମଲ୍ଟି-ସ୍ପେସିଆଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି ।
ଏହାର ଅପରେଟିଂ ଅଚଂଳର ଲୋକମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ, ଖରିନାସୀ ଗ୍ରାମରେ ପ୍ରଥମ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ସ୍ତ୍ରୀ ରୋଗ ବିଶେଷଜ୍ଞ , ଚର୍ମରୋଗ ବିଶେଷଜ୍ଞ , ଚକ୍ଷୁ ଚିକିତ୍ସକ, ଶିଶୁ ବିଶେଷଜ୍ଞ , ଏବଂ ଔଷଧ ବିଶେଷଜ୍ଞଙ୍କ ଏକ ଟିମ୍ ମାଗଣା ଚିକିତ୍ସା ଏବଂ ପରାମର୍ଶ ପ୍ରଦାନ କରିଥିଲେ । ପ୍ରେସକ୍ରିପସନ୍ ଆଧାରରେ ରୋଗୀମାନଙ୍କୁ ମାଗଣା ଔଷଧ ବନ୍୍ଟନ କରାଯାଇଥିଲା ।
ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଫିସର ଇନ୍-ଚାର୍ଜ ଡକ୍ଟର ନିରଂଜନ ଷଡ଼ଙ୍ଗୀ, ଖରିନାସିର ସରପଚଂ ବନିତା ରାଉତ , ଏଏମ୍ / ଏନ୍ଏସ୍ ଇଣ୍ଡିଆ- ଓଡିଶା ଅପରେସନ୍ସ ଫାଇନାନ୍ସ ମୁଖ୍ୟ ସଞ୍ଜୀବ ସିଂ , ଏଏମ୍ / ଏନ୍ଏସ୍ ଇଣ୍ଡିଆ ସିଏସଆର ମୁଖ୍ୟ ଡକ୍ଟର ବିକାଶ ୟାଦଭେନ୍ଦୁ, କମ୍ପାନୀର ଅନ୍ୟ ଅଧିକାରୀ ଏବଂ ଖରିନାସୀ ଗ୍ରାମବାସୀଙ୍କ ଉପସ୍ଥିତିରେ ଏହି ଶିବିର ଉଦଘାଟିତ ହୋଇଥିଲା ।
ଏହି ଅବସରରେ ଡକ୍ଟର ବିକାଶ ୟାଦଭେନ୍ଦୁ କହିଛନ୍ତି, “ଆମେ ବିଶ୍ୱାସ କରୁ ଯେ ସମସ୍ତେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇବାକୁ ଯୋଗ୍ୟ ଅଟନ୍ତି ଏବଂ ଜରୁରୀ ସ୍ୱାସ୍ଥ୍ୟ ସେବାକୁ ସିଧାସଳଖ ଆମ ଲୋକମାନଙ୍କୁ ଆଣି ଆମେ ସେମାନଙ୍କ ଜୀବନରେ ଏକ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବାକୁ ଆଶା କରୁଛୁ । ଆମର ସିଏସାର କାର୍ଯ୍ୟକ୍ରମଗୁଡିକ ଏଭଳି ଡିଜାଇନ୍ କରାଯାଇଛି ଯାହା ଦ୍ୱାରା ସମସ୍ତଙ୍କର ସାମଗ୍ରିକ ବିକାଶ ହୋଇପାରିବ, ଏବଂ କେନ୍ଦ୍ରାପଡା ଅଚଂଳର ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହଯୋଗ କରିବା ଆମରଲକ୍ଷ୍ୟର ଏହା ଆଉ ଏକ ପଦକ୍ଷେ ।
ଖରିନାସୀରେ ଏହି ଶିବିର ପରେ ଏଏମ୍ / ଏନ୍ଏସ୍ ଇଣ୍ଡିଆ ବତୀଘର ଏବଂ ରାମନଗର ପଚାଂୟତ ଅଧୀନରେ ଥିବା ଦଶଟି ଗ୍ରାମରେ ସମାନ ମଲ୍ଟି ସ୍ପେସିଆଲିଟି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା । ମୋଟ ୧୬୨୯ ସ୍ଥାନୀୟ ବାସିନ୍ଦା ଏହି ଶିବିରଗୁଡିକରୁ ଉପକୃତ ହୋଇଥିଲେ । ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା, ଶୀଘ୍ର ଚିହ୍ନଟ ଏବଂ ଶିକ୍ଷା ପାଇଁ ଏକ ପ୍ରତିବଦ୍ଧତା ସହିତ ଏହି ସ୍ୱାସ୍ଥ୍ୟ ଶିବିରଗୁଡିକ ମେଡିକାଲ୍ ଚେକ୍ ଅପ୍, ସ୍କ୍ରିନିଂ, ଔଷଧ ଏବଂ ସ୍ୱାସ୍ଥ୍ୟ ପରାମର୍ଶ ସହିତ ବିଭିନ୍ନ ପ୍ରକାରର ସେବା ପ୍ରଦାନ କରିଛି । ହେଲ୍ପଏଜ ଇଣ୍ଡିଆ ଦ୍ୱାରା ପରିଚାଳିତ ଏହି ଶିବିରଗୁଡ଼ିକରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିଲେ ।