ଅଙ୍ଗନଓ୍ବାଡ଼ି ସଂଘର କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବୀନ ଓଡିଶା ଅଧକ୍ଷ ଭିକେ ପାଣ୍ଡିଆନ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ l
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାର ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ବଢାଇବା ସହିତ ଅବସର କାଳୀନ ଭତ୍ତା ବୃଦ୍ଧି ଓ ଦୁର୍ଘଟଣା ଜନିତ ରାଶି ବଢାଇଛନ୍ତି l ଏଥିପାଇଁ ଅଙ୍ଗନୱାଡ଼ି ସଂଘର ଦୀର୍ଘଦିନର ଆଶା ଓ ଭରସା ପୂରଣ ହୋଇପାରିଛି l ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧକ୍ଷ ଭି.କେ ପାଣ୍ଡିଆନ ଓ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ବିକାଶର ସାରଥୀ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ କରି ବିଶେଷ ଧନ୍ୟବାଦ ଦେଇଛନ୍ତି । ବିଜୁ ଶ୍ରମିକ ସାମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟକ ସଂଘର ସଭାନେତ୍ରୀ କନକଲତା ସାହୁ ଙ୍କ ପୌରହିତ୍ୟରେ ଏଥିରେ ସମ୍ପାଦିକା ପ୍ରଣତି ମହାପାତ୍ର, କର୍ମକର୍ତ୍ତା ଛବିତା ସିଂ,ଭାରତୀ ଦାସ, ଜୟଶ୍ରୀ ରାଉତ, ଅମିତା ଜେନାଙ୍କ ସମେତ ବହୁ କର୍ମୀ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା ସହ ବିଡ଼ିଓ ଧର୍ମରଂଜନ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ତେବେ ଏହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିକାଶମୂଳକ ଶାସନରେ ସମ୍ଭବ ହୋଇପାରିଛି ବୋଲି ସମସ୍ତ ଅଙ୍ଗନୱାଡ଼ି କର୍ମୀ, ମିନି ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନେ ବେଶ ଆନନ୍ଦ ପ୍ରକାଶ କରିବା ସହିତ ଏଭଳି ପଦକ୍ଷେପକୁ ସ୍ୱାଗତ ଜଣାଇଛନ୍ତି l