ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ପଦ୍ମପୁର ଥାନା କେନ୍ଦୁଗୁଡା ଫାଣ୍ଡି ଅଂଚଳରୁ ନଡ଼ିଆ ବୋଝେଇ ଟ୍ରକରୁ 1365 କିଲୋ ଗଂଜେଇ ଜବତ କଲା ପଦ୍ମପୁର ପୋଲିସ। ଯାହାର ଆନୁମାନିକ ମୁଲ୍ୟ ୮ କୋଟି ରୁ ଉର୍ଧ ବୋଲି ପୋଲିସ୍ ର ଅନୁମାନ କରୁଛି। ଜବତ ଗଂଜେଇ ସବୁ ବେଆଇନ ଭାବେ ଗଜପତି ଜିଲ୍ଲା ଅଡ଼ବା ଅଂଚଳରୁ ବିହାର ଅଭିମୁଖେ ଚୋରା ଚାଲାଣ ହେଉଥିବା ନେଇ ପୋଲିସ୍ ଏସ୍ଟିଏଫ୍ ବାବୁଲି ନାୟକ ସାମ୍ବାଦିକ ସମ୍ନିଳନୀ ରେ ସୁଚନା ଦେଇଛନ୍ତି।
ଘଟଣାରେ ସମୃକ୍ତି ଥିବା 2 ଗଂଜେଇ ଚୋରାଚାଳନକାରୀ ଗିରଫ କଲା ପୋଲିସ୍। ଦୁଇ ଅଭିଯୁକ୍ତ ହେଲେ ବିହାର ରାଜ୍ୟର ପାଟଣା ଜିଲ୍ଲା ଗେରିଆତୋଲା ଗ୍ରାମର ର ଦୁନି ପାଲ ଅନ୍ୟ ଜଣେ ରାଜେନ୍ଦ୍ର ରଉତ ବିହାର ରାଜ୍ୟ ର ସମଷ୍ଠିପୁର ଜିଲ୍ଲା ର ଚଞ୍ଚୁର ଗ୍ରାମ ବୋଲି ଜଣାପଡିଛି।
ଗିରଫ 2 ଅଭିଯୁକ୍ତଙ୍କ ଠାରୁ ନଗଦ 5000 ସହ 2 ମୋବାଇଲ ଜବତ କରିବା ସହ ଟ୍ରକ୍ ଜବତ କଲା ପୋଲିସ। ଆଜି ଅଭିଯୁକ୍ତ ମାନଙ୍କୁ କୋଟର୍ ଚାଲାଣ କରାଯିବା ନେଇ ପୋଲିସ୍ ସୁଚନା ଦେଇଛି। ଏତେ ପରିମାଣର ଗଂଞ୍ଜେଇ ଚାଲାଣ ରେ ଆଉ କାହାରି ସଂମ୍ପୃକ୍ତି ରହିଛି କିଙ୍ଗ୍ପିନ କିଏ ତାର ଖୋଳତାଡ ପୋଲିସ୍ କରୁଛି।