ଖଣି ବ୍ୟବସାୟୀଙ୍କ ଠିକଣାରେ ଇଡି ରେଡ଼

0 1

ବଡ଼ବିଲ (ଶାସକ ପ୍ରଶାସକ) କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଆଜି ଖଣି ବ୍ୟବସାୟୀ ଦୀପକ ଗୁପ୍ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଇଡି ରେଡ଼ କରିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି ଦୀପକ ଗୁପ୍ତା ଉଲିବୁରୁ ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଥିଲେ। ଆଜି ସକାଳେ ବଡ଼ବିଲ ମହାନ୍ତ ବସ୍ତିରେ ଥିବା ଦୀପକଙ୍କ ବାସଭବନ ଓ ଧୋବୀ ହଟିଙ୍ଗରେ ଥିବା ତାଙ୍କର କାର୍ଯ୍ୟାଳୟରେ ଇଡି ଟିମ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିବା ସହ ଯାଞ୍ଚ କରୁଥିବା ଜଣାପଡିଛି। ତେବେ ଉକ୍ତ ଚଢ଼ାଉରେ କେନ୍ଦ୍ରୀୟ ସୁରକ୍ଷା ବଳ ସାମିଲ ଥିବା ବେଳେ ତଦନ୍ତ ସମ୍ବନ୍ଧରେ ଅଧିକ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.