ଖଲିକୋଟ/ଶିବରାମ ଜେନା): ସ୍ଥାନୀୟ ପୋଲସରା ଅନ୍ତର୍ଗତ ଢୁଙ୍କାପଡା ଗ୍ରାମ ର ଆରତୀଦେବୀ ଙ୍କ ଆଶିର୍ବାଦ ଭିକ୍ଷା ଅଭିଯାନ ଆରମ୍ଭ ହୋଇ ଯାଇଅଛି। ଆରତୀଦେବୀ ଜଣେ ସମାଜ ସେବୀ ଏବଂ ରାଜନୀତି ରେ ପାରଦର୍ଶିତା ଅର୍ଜନ କରିଛନ୍ତି । ଆଗାମୀ ଦିନରେ ନିର୍ବାଚନକୁ ଆଖି ଆଗରେ ରଖି ସେ ଲୋକଲୋଚନକୁ ଆସିବାକୁ ପ୍ରୟାସ ଜାରି ରଖିବା କଥା ପ୍ରକାଶ କରିଛନ୍ତି ।
ତେଣୁ ସେ ବିଭିନ୍ନ ପଞ୍ଚାୟତର ଗାଁ କୁ ଗାଁ ବୁଲୁଥିବା ର ପରିଲକ୍ଷିତ ହେଉଛି। ଆଜି ତାରିଖ ୨୮-୦୨ ୨୦୨୪ ରେ ଦ୍ଵିତୀୟ ଦିବସ ରେ ଆଶିର୍ବାଦ ଭିକ୍ଷା ମାଧ୍ୟମରେ ବନ୍ତପଲୀ ପଞ୍ଚାୟତ ର ଶ୍ରଦ୍ଧାପୁ୍ର, କୋଙ୍କରଡା, ଚଢ଼ିଆପଡା, କଳମ୍ବ ଗ୍ରାମପଞ୍ଚାୟତର ର ରୁଖାକଣା, କଳମ୍ବ, ଏକର ଗ୍ରାମପଞ୍ଚାୟତର ଜେନାପୁର ଗ୍ରାମ ର ଘରକୁ ଘର ବୁଲି ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ଠାରୁ ଆଶିଷ ଭିକ୍ଷା କରୁଛନ୍ତି ।
