ବାଣପୁର( ସେକ କୌସର ): ଚଳିତ ୨୧ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରୁ ଅନ୍ନପୂର୍ଣ୍ଣା ଅର୍ଥ ଲଗାଣକାରି ସଂସ୍ଥା କର୍ମଚାରୀଙ୍କ ଠାରୁ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଲୁଟି ଫେରାର ହୋଇଯାଇଥିଲେ। ତେବେ ଉକ୍ତ ଲୁଟ ଘଟଣାର ପର୍ଦାଫାଶ କରିଛି ବାଣପୁର ପୋଲିସ l ଏ ନେଇ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ।
ଉକ୍ତ ଲୁଟ ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି l ଅଭିଯୁକ୍ତ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା କୁମାରିପାରି ଗ୍ରାମର ଶାନ୍ତନୁ ତାରେଣି(୨୩) ଏବଂ ବାଣପୁର ଥାନା ଶାଳିଆଡ୍ୟାମ ନିକଟସ୍ଥ ପଣସଡିହ ଗ୍ରାମର ନିରଞ୍ଜନ ଶବର(୩୦) l ସେମାନଙ୍କ ନିକଟରୁ ୨,୪୭,୫୦୦ ଟଙ୍କା, ମାରଣାସ୍ତ୍ର ଏବଂ ଦୁଇ ଗୋଟି ମୋବାଇଲ ଜବତ କରିଛି ପୋଲିସ lତେବେ ଉକ୍ତ ଲୁଟ ଘଟଣାରେ ସମୁଦାୟ ୮ ଜଣ ଅଭିଯୁକ୍ତ ସାମିଲ ଥିଲେ ଏବଂ ଅନ୍ୟ ୬ ଜଣ ଅଭିଯୁକ୍ତ ଖଲିକୋଟ ଏବଂ ବେଗୁନିଆପଡା ଥାନା ଅଞ୍ଚଳର ହୋଇଥିବା ବେଳେ ବର୍ତ୍ତମାନ ସେମାନେ ଫେରାର ଅଛନ୍ତି l ତେବେ ଖୁବଶୀଘ୍ର ସେମାନେ ଗିରଫ ହେବେ ବୋଲି ଅତିରିକ୍ତ ଏସପି ଶ୍ରୀ ମୁର୍ମୁ କହିଛନ୍ତି l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ବାଣପୁର ଆଇଆଇସି ରମେଶ କୁମାର ଦେବତା, ଏଆସିଆଇ ସଞ୍ଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ lସୂଚନା ଥାଉକି ଉକ୍ତ ଘଟଣାକୁ ଗୁରୁତର ସହ ନେଇ ଖୋଦ ଏସପି ସିଦ୍ଧାର୍ଥ କଟାରିଆ ଘଟଣାସ୍ଥଳକୁ ଯାଇ ଦୀର୍ଘ ଘଣ୍ଟା ଧରି ଛାନଭିନ କରିଥିଲେ l ଏବଂ ଏସପିଙ୍କ ତତ୍ୱାବଧାନରେ ଏକାଧିକ ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଥିଲା
Sign in
Sign in
Recover your password.
A password will be e-mailed to you.