ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଆସନ୍ତା କାଲି ଅର୍ଥାତ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ଚତୁର୍ଥ ରାଜ୍ୟସ୍ତରୀୟ ନାଟ୍ୟମେଳାରେ ଦଶପଲ୍ଲା ଅଞ୍ଚଳର ବରିଷ୍ଠ ରାମଲୀଳା ନାଟ୍ୟଗୁରୁ ମଦନ ମୋହନ ସିଠ ଏବଂ ଇଟାମାଟି ମା’ ଚିତ୍ରାଳୟର ସତ୍ଵାଧିକାରୀ ପୀତବାସ ମାନସିଂହଙ୍କୁ ନାଟ୍ୟମେଳାର ଅନ୍ତିମ ଦିବସରେ ବିଶିଷ୍ଟ ଅପେରା ଗୁରୁ ଜନାର୍ଦ୍ଦନ ମିଶ୍ର ନାଟ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ।ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୧ ତାରିଖ ଉଦ୍ଘାଟନୀ ସନ୍ଧ୍ୟାରେ ‘ନାଟ୍ୟଧାରା’ ନୟାଗଡ଼ ପକ୍ଷରୁ ଅରିନ୍ଦମ ମିଶ୍ରଙ୍କ ରଚିତ ଏବଂ ଡ ବିଜୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ନାଟକ ‘ଅରୂପାରୂପା’ ମଞ୍ଚସ୍ଥ ହେବ। ସେହିପରି ମାର୍ଚ୍ଚ ୨ରେ ସମ୍ବଲପୁର କଲଚରାଲ ଆସୋସିଏସନ ପକ୍ଷରୁ ଆଶିଷ କୁମାର ସୋନାରଙ୍କ ରଚିତ ଏବଂ ସତ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ନାଟକ ‘କେଡ଼ା’, ମାର୍ଚ୍ଚ ୩ରେ ଓମ ନାଟ୍ୟ ସଂସ୍ଥା ବାରିପଦା ପକ୍ଷରୁ ଡ ସଞ୍ଜୟ ହାତୀଙ୍କ ରଚିତ ଏବଂ ଏବଂ ଧୀର ବସାଙ୍କ ନିର୍ଦ୍ଦେଶିତ ନାଟକ ‘ମଞ୍ଚମାୟା’, ମାର୍ଚ୍ଚ ୪ରେ ପଞ୍ଚଧ୍ୱନୀ ନାଟ୍ୟ ପରିଷଦ ଭୁବନେଶ୍ୱର ପକ୍ଷରୁ ପଞ୍ଚାନନ ଦାଶଙ୍କ ରଚିତ ଏବଂ କରୁଣାକର ସାମଲଙ୍କ ନିର୍ଦ୍ଦେଶିତ ନାଟକ ‘ପଶାପାଲି’,ମାର୍ଚ୍ଚ ୫ରେ ଚମତ୍କାର ନୟାଗଡ଼ ପକ୍ଷରୁ ଗଦାଧର ନନ୍ଦଙ୍କ ରଚିତ ଏବଂ ବିଜୟ ଚୌଧୁରୀଙ୍କ ନିର୍ଦ୍ଦେଶିତ ନାଟକ ‘ପତିତପାବନ ବାନା ଆଉ କେତେ ବେଳକୁ’, ମାର୍ଚ୍ଚ ୬ରେ ଥିଏଟର ମାରାଥନ କଟକ ପକ୍ଷରୁ ଉମେଶ ଦାଶଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ ‘ମହାପାପ’ ଏବଂ ମାର୍ଚ୍ଚ ୭ ଅନ୍ତିମ ଦିବସରେ କଳାକାର ନାଟ୍ୟ ସଂସ୍ଥା ଅନୁଗୁଳ ପକ୍ଷରୁ ଶିବ କୁମାର ରଥଙ୍କ ରଚିତ ଏବଂ କୃଷ୍ଣ ଚନ୍ଦ୍ର ଦାଶଙ୍କ ନିର୍ଦ୍ଦେଶିତ ନାଟକ ‘ଶୁଖିଲା ସମୁଦ୍ର’ ମଞ୍ଚସ୍ଥ ହେବ। ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ ଥିଏଟର ଶୈଳୀରେ ପ୍ରଦର୍ଶିତ ହୋଇ ସର୍ବାଧିକ ଦୁଇ ଘଣ୍ଟା ଅବଧି ମଧ୍ୟରେ ପରିସମାପ୍ତ ହେବ ।
Sign in
Sign in
Recover your password.
A password will be e-mailed to you.