ସରକାରୀ ଧନରେ ଦଳୀୟ ଚିହ୍ନ ପ୍ରଚାରର ଅପରାଧ କରିଛି ନବୀନ ସରକାର, ବିଜେଡି ନିର୍ବାଚନୀ ଚିହ୍ନ ‘ଶଙ୍ଖ’କୁ ବାତିଲ କରାଯାଉ : ଡ.ଯତୀନ ମହାନ୍ତି

0 1

ସରକାରୀ ବିଜ୍ଞାପନରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ପ୍ରସଙ୍ଗରେ ଭାରତୀୟ ନିର୍ବାଚନ କମିଶନ”ଙ୍କ ନୋଟିସ୍

  •  ଭାରତୀୟ ଜନତା ପାର୍ଟି ୧୧ ନଭେମ୍ବର ୨୦୨୩ରେ “ଭାରତୀୟ ନିର୍ବାଚନ କମିଶନ”ଙ୍କୁ ଭେଟି ସମସ୍ତ କଥା ଅବଗତ କରାଇଥିଲା

  •  ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଥିବା ଓଡ଼ିଶାବାସୀଙ୍କ କଷ୍ଟ ଉତ୍ପାଜିତ ଅର୍ଥକୁ ବିଜେଡି କୋଷରୁ ଆଦାୟ କରାଯାଉ

ଭୁବନେଶ୍ୱର,ତା.୨୯/୦୨: ଓଡ଼ିଶାର ସାଧାରଣ ଜନତାଙ୍କ ଶହ ଶହ କୋଟି ଟଙ୍କା ନବୀନ ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟରେ ଖର୍ଚ୍ଚ କରିଛି । “ଆଚରଣ ବିଧି” ଅନୁସାରେ କୌଣସି ରାଜନୈତିକ ଦଳ ନିଜର ଦଳୀୟ ଚିହ୍ନକୁ ସରକାରୀ ବିଜ୍ଞାପନ ଓ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିଲେ ବି ବିଜେଡି ଏହାର ବାରମ୍ବାର ଉଲଘଂନ କରିଆସୁଛି । ସରକାରୀ ଅର୍ଥରେ କୌଣସି ରାଜନୈତିକ ଦଳ ନିଜର ପ୍ରଚାର ପ୍ରସାର କରିପାରିବ ନାହିଁ ବୋଲି “କମନକଜ୍ ଭରସେସ୍ ୟୁନିୟନ ଅଫ ଇଣ୍ଡିଆ-୨୦୧୫” ମାମଲାରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ଆଦେଶ ରହିଛି । ଯଦି କୌଣସି ରାଜନୈତିକ ଦଳ ନିର୍ବାଚନ ଆଇନ ଉଲଘଂନ କରନ୍ତି, ତେବେ (ରିଜରଭେସନ ଆଣ୍ଡ୍ ଆଲଟମେଂଟ) ଅର୍ଡର ୧୯୬୮ ପାରା ୧୬-ଏ ଅନୁଯାୟୀ ନିର୍ବାଚନ ଚିହ୍ନକୁ ବାତିଲ କରିବା ପାଇଁ ନିର୍ବାଚନ ଆୟୋଗ ପାଖରେ କ୍ଷମତା ଅଛି । ରାଜ୍ୟ ସରକାରଙ୍କର ବହୁଳ ପ୍ରଚାରିତ ଯୋଜନା “ନବୀନ ଓଡ଼ିଶା ଓ ନୂଆ-ଓ” କାର୍ଯ୍ୟକ୍ରମର ସରକାରୀ ଚିହ୍ନଭାବେ ଶଙ୍ଖକୁ ବ୍ୟବହାର କରାଯାଇଛି । ଏଣୁ ଶଙ୍ଖ ଚିହ୍ନକୁ ଦଳୀୟ ଚିହ୍ନଭାବେ ବ୍ୟବହାର କରିବାରୁ ନିବୃତ କରାଯାଉ ଓ ଗୋଟିଏ ନୂଆ ଚିହ୍ନ ଆବଂଟିତ କରାଯାଉ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି ଦାବି କରିଛନ୍ତି ।
ଦୀର୍ଘଦିନ ଶାସନରେ ରହି ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ଟଙ୍କାକୁ ହରିଲୁଟ୍ କରି ବିଜ୍ଞାପନରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଯୋଜନାରେ ‘ଶଙ୍ଖ’ ଚିହ୍ନ ବ୍ୟବହାର କରୁଛି । ଏଥିଲାଗି ଭାରତୀୟ ଜନତା ପାର୍ଟି ୧୧ନଭେମ୍ବର ୨୦୨୩ରେ “ଭାରତୀୟ ନିର୍ବାଚନ କମିଶନ”ଙ୍କୁ ଭେଟି ସମସ୍ତ କଥା ଅବଗତ କରାଇଥିଲା । ଗତକାଲି “ଭାରତୀୟ ନିର୍ବାଚନ କମିଶନ” ବିଜେଡିକୁ ଉତର ରଖିବା ପାଇଁ ନୋଟିସ୍ ଦେଇଛି । ଆସନ୍ତା ମାର୍ଚ୍ଚ ୨ ତାରିଖ ସନ୍ଧ୍ୟା ସୁଧା ଏହାର ଉତର ରଖିବାକୁ ନିର୍ଦ୍ଦେଶ ରହିଛି । “ଭାରତୀୟ ନିର୍ବାଚନ କମିଶନ” ଆମ ଦଳର ଅଭିଯୋଗକୁ ଗ୍ରହଣ କରିବା ସହ ଏହାର ସବିଶେଷ ତଦାରଖ କରି ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଇଥିବା ଡ. ମହାନ୍ତି ସୂଚନା ଦେଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ପ୍ରେସ ବିଜ୍ଞପ୍ତିରେ ଡ.ମହାନ୍ତି କହିଛନ୍ତି, ବିଜୁ ଜନତା ଦଳ ଏହି ଘୋଟାଲା ନିଶ୍ଚିତ ପ୍ରମାଣିତ ହେବ ଏବଂ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଥିବା ଓଡ଼ିଶାବାସୀଙ୍କ କଷ୍ଟ ଉତ୍ପାଜିତ ଅର୍ଥକୁ ବିଜେଡି କୋଷରୁ ଆଦାୟ କରାଯାଉ ଏବଂ ଦଳୀୟ ଚିହ୍ନ ଶଙ୍ଖକୁ ବାତିଲ କରାଯାଉ ବୋଲି ଡ.ମହାନ୍ତି ଦାବି କରିଛନ୍ତି ।

Leave A Reply

Your email address will not be published.