Paralakhemundi/Balakrishna Panigrahi : ଗତ ତିତଲି ବାତ୍ୟାରେ ନିଖୋଜ ହୋଇଥିବା ଝିଅ କୁଞ୍ଚିପି ଡାଙ୍ଗଡା ମଣ୍ଡଳ (୨୨) ଉଡାଲିଙ୍ଗ ଫେରିଛି | କାଶୀନଗର ପୋଲିସ କୁଟାଗୁଡା ଗ୍ରାମରେ ପେଟ୍ରୋଲିଂ କରୁଥିବା ବେଳେ କୁଞ୍ଚିପିକୁ ଉଦ୍ଧାର କରିଛନ୍ତି । ମାନସିକ ସ୍ତରରେ ଭାଙ୍ଗି ପଡିଥିବା କୁଞ୍ଚିପିର ଚିକିତ୍ସା ଆରମ୍ଭ ହୋଇଛି | କାଶୀନଗର ପୋଲିସ ପାଟ୍ରୋଲିଂ ବେଲେ ଝିଅକୁ ଦେଖି ୧୮ ବର୍ଷରୁ କମ ବୋଲି ଭାବି ଶିଶୁମଙ୍ଗଳ ସମିତି ଗଜପତିଙ୍କ ଆଗରେ ଉପସ୍ଥାପନ କରିଥିଲେ । ଶିଶୁମଙ୍ଗଳ ସମିତି ଝିଅଟିକୁ ଦେଖିଲାପରେ ୧୮ ବର୍ଷରୁ ଉର୍ଧ୍ଵ ବୋଲି ଭାବି ସ୍ୱାଧାର ହୋମ ପାଟିକୋଟାକୁ ଅସ୍ଥାୟୀ ଆଶ୍ରୟ ପାଇଁ ପଠାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଏହାପରେ ଗାରାବନ୍ଧ ଥାନା ଅଧିକାରୀଙ୍କୁ ଏହି ବିଷୟରେ ଖବର ଦେଲା ପରେ ଅଧିକାରୀ ଝିଅର ବାପା ପ୍ରଧାନୀ ଡାଙ୍ଗଡା ଏବଂ ଗ୍ରାମର କିଛି ଲୋକଙ୍କୁ ଡାକି ଆଣି ଝିଅକୁ ଦେଖାଇଲା ପରେ ଥାନା ଅଧିକାରୀ ନିଶ୍ଚିତ ହୋଇଥିଲେ ଯେ ଯେଉଁ ଝିଅଟି ଗତ ୧୦ ତାରିଖରେ ଉଡିଲିଙ୍ଗ ଗ୍ରାମରୁ ନିଖୋଜ ହୋଇଥିଲେ ସେ ହେଉଛି ସେହି ଝିଅ । ଗୁରାଣ୍ଡି କମ୍ୟୁନିଟି ହଲ ହେଲ୍ଥ ସେଣ୍ଟରରେ ଡାକ୍ତର ଚିକିତ୍ସା କରି କହିଥିଲେ ଯେ ଝିଅକୁ କିଛି ଆଘାତ ଲାଗି ନାହିଁ । କେବଳ ଝିଅଟି ମାନସିକ ଚାପରେ ଅଛି |ତେଣୁ ପ୍ରଶାସନ ତରଫରୁ ଉପଯୁକ୍ତ ଚିକିତ୍ସା ପାଇଁ ନିଷ୍ପତ୍ତି ନେବା ସହ ଝିଅଟିକୁ କିଛି ଦିନ ସ୍ୱାଧାର ଗୃହରେ ରଖିବା ଲାଗି ପଦକ୍ଷେପ ନିଆଯାଇଛି । ଝିଅର ମାତାର ବୟସ ୭୦ରୁ ଅଧିକ ଥିବା ଯୋଗୁଁ ମାଆ ଝିଅକୁ ଦେଖି ପାରୁନାହାନ୍ତି |ତେଣୁ ମାଆକୁ ଉଡାଲିଙ୍ଗରୁ ଆଣି ସ୍ୱଧାରାରେ ରଖିବା ଲାଗି ବ୍ୟବସ୍ଥା ହୋଇଛି । ଝିଅଟି ଯେହେତୁ ଓଡିଆ କହିପାରୁନାହିଁ କି ବୁଝିପାରୁନାହିଁ । କେବଳ ଆଦିବାସୀ ଭାଷା କହୁଛି । ତେଣୁ ସେ କିପରି ନିଖୋଜ ହେଲା ଓ ବାତ୍ୟାର ପରିସ୍ଥିତିକୁ କିପରି ସାମନା କଲା ତାହା ଜାଣିବା ପାଇଁ ବ୍ୟବସ୍ଥା କରାଯାଉଛି ।
Sign in
Sign in
Recover your password.
A password will be e-mailed to you.