ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍କ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ ସହ ସମ୍ବଲପୁର ଓ ବରଗଡ଼ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଗ୍ରଗତି ସମୀକ୍ଷା
ଭୁବନେଶ୍ୱର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଇଏଏସ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦ୍ ଘାଟନ ଅବସରରେ ଯୋଗଦେବା ସହ ଗତ ଫେବୃଆରୀ ୧୯ରୁ ୨୧ ତାରିଖପର୍ଯ୍ୟନ୍ତ ତାଙ୍କର ସରକାରୀ ଗସ୍ତ ସମୟରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ନିର୍ମାଣାଧିନ ତଥା କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଥିଲେ।
ଫେବୃୟାରୀ ୨୦ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ୩୧୦୦ କିଲୋମିଟର ଭୂତଳ ପାଇପ୍ ଲାଇନ୍ (ୟୁଜିପିଏଲ୍) ଜରିଆରେ୬୩ ହଜାର ଏକର ଜମିକୁ ଜଳସେଚିତ କରାଯିବା ସହ ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ୧୨୯ଟି ଗାଁର୩୫ ହଜାରରୁ ଅଧିକ ଚାଷୀ ଉପକୃତ ହେବେ। “୫ଟି” ଢାଞ୍ଚାର ନୀତିକୁ ଅନୁସରଣ କରି ୩ ବର୍ଷର ରେକର୍ଡ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବା ସମଗ୍ର ପ୍ରକଳ୍ପକୁ ସ୍କାଡା ଅତ୍ୟାଧୁନିକ ପଦ୍ଧତି ମାଧ୍ୟମରେ ସ୍ୱୟଂଚାଳିତକରାଯିବ ।ସେଚାଂଚଳର ୩୦ ପ୍ରତିଶତ ଅଞ୍ଚଳକୁ କ୍ଷୁଦ୍ର ଜଳସେଚନ କୌଶଳ ମାଧ୍ୟମରେ ଜଳସେଚନ କରାଯିବ।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଗତ ଫେବୃଆରୀ ୧୯ ତାରିଖରେ ମା’ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଏହି ପ୍ରକଳ୍ପ ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟ ଯୋଜନାର ସମୀକ୍ଷା କରିଥିଲେ। ସମ୍ବଲପୁର ଓ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ମନ୍ଦିରକୁ ଆସୁଥିବା ବହୁ ପର୍ଯ୍ୟଟକଙ୍କ ସହ ସେ ଆଲୋଚନା କରିବା ସହ ମନ୍ଦିର ରୂପାନ୍ତରିତ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଏହାବ୍ୟତୀତ ସେ ସମଲେଶ୍ୱରୀ ମନ୍ଦିର ସମ୍ମୁଖ ଅନ୍ୟ ପାର୍ଶ୍ୱରେ ବିକଶିତ ହେଉଥିବା ମହାନଦୀ ରିଭରଫ୍ରଣ୍ଟର ବିକାଶ ପାଇଁ ମଧ୍ୟ ସମୀକ୍ଷା କରିଥିଲେ । ଏହା ସରିବା ପରେ ନଦୀକୂଳରେ ନିୟମିତ ଆଳତି କରାଯିବ ଏବଂ ନିର୍ମାଣ ହେବାକୁ ଥିବା ଫୁଟଓଭର ବ୍ରିଜ୍ ମାଧ୍ୟମରେ ଶ୍ରଦ୍ଧାଳୁମାନେ ଏହାକୁ ବ୍ୟବହାର କରି ମନ୍ଦିରରୁ ରିଭରଫ୍ରଣ୍ଟକୁ ଆଳତି ପାଇଁ ଯାଇପାରିବେ।
ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଅନ୍ୟ ଅଧିକାରୀଙ୍କ ସହିତ ସମଲେଶ୍ୱରୀ ପ୍ରକଳ୍ପ-୨ୟ ପର୍ଯ୍ୟାୟ ଯୋଜନାର ସମୀକ୍ଷା କରୁଛନ୍ତି ।
ମା ସମଲେଶ୍ୱରୀ ମନ୍ଦିର, ସମ୍ବଲପୁର
ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଯିଏକି କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ମଧ୍ୟ ଅଧ୍ୟକ୍ଷା ରହିଛନ୍ତି, ଏହି ଅବସରରେ ସେ ଫେବୃଆରୀ ୧୯ ତାରିଖରେ ସମ୍ବଲପୁର ବସ୍ ଟର୍ମିନାଲ ପରିଦର୍ଶନ କରି ସମ୍ବଲପୁରରୁ ଆରମ୍ଭ ହେଉଥିବା ମୋ-ବସ୍ ସେବାର ଅଗ୍ରଗତି ସମୀକ୍ଷା କରିଥିଲେ। କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋର୍ଥ୍ରା, ଆଇପିଏସ୍ ଙ୍କ ସହ ସେ ମୋ ବସ୍ ଟର୍ମିନାଲର ସ୍ଥାନ ଏବଂ ସିଆରୟୁଟିର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ଆରଡିସି ଉତ୍ତରାଂଚଳ, ସମ୍ବଲପୁର ମହାନଗର ନିଗମ କମିସନର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଉନ୍ନୟନ କମିଶନର ଏବଂ ଅତିରିକ୍ତ ଶାସନ ସଚିବ ତଥା କ୍ରୁଟର ଅଧ୍ୟକ୍ଷା ଏହାର ପରିଚାଳନା ନିର୍ଦ୍ଦେଶକଙ୍କ ସହ ମୋ ବସ୍ ଟର୍ମିନାଲ ପରିଦର୍ଶନ କରୁଛନ୍ତି ।
ଫେବୃଆରୀ ୨୦ ତାରିଖରେ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ପଦମପୁର ଅତିରିକ୍ତ ଜିଲ୍ଲାପାଳ, ବୁର୍ଲା ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜରଙ୍କ ସହ ବରଗଡ଼ ଜିଲ୍ଲାର ମହୁଲପାଲି ଠାରେ ଅନ୍ତଃନଦୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟସ୍ଥଳ ପରିଦର୍ଶନ କରିଥିଲେ।ସେ ପ୍ରକଳ୍ପ ଅନୁଧ୍ୟାନ କରିବା ସହ ଅଟକି ରହିଥିବା କାମର ସମୟସୀମା ବୁଝିବା ସହ କାର୍ଯ୍ୟଗୁଡ଼ିକ ଆବଶ୍ୟକ ଗୁଣବତ୍ତାମାନ ପାଳନକୁ ସୁନିଶ୍ଚିତ କରିବା ପାଇଁ ଟିମ୍ କୁ ନିର୍ଦ୍ଦେଶ ଦେଇଥିଲେ।
ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦମପୁର ଅତିରିକ୍ତ ଜିଲ୍ଲାପାଳ, ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ମହୁଲପାଲି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ପରିଦର୍ଶନ କରୁଛନ୍ତି ।
ଏହାପରେ ଉନ୍ନୟନ କମିଶନର ବରଗଡ ଜିଲ୍ଲା ପଦମପୁର ଉପଖଣ୍ଡର ପାଇକମାଲ ସ୍ଥିତ ନୃସିଂହନାଥ ମନ୍ଦିର ପରିଦର୍ଶନ କରି ମନ୍ଦିରର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ଦିର ପରିସରର ନବୀକରଣ କରାଯିବା ସହ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉନ୍ନତ ସୁବିଧା ଯୋଗାଇଦେବା ପାଇଁ ମନ୍ଦିର ଯିବା ରାସ୍ତାରେ ଏକ ସପିଂ ସେଣ୍ଟର ଖୋଲାଯାଇଛି।
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର, ପାଇକମାଲ, ବରଗଡ଼
ଫେବ୍ରୁଆରୀ ୨୧ ତାରିଖରେ ସେ ଉତ୍ତରାଂଚଳ ରାଜସ୍ୱ ଆୟୁକ୍ତ, ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ମହାନଦୀ ଅବବାହିକା, ବୁର୍ଲାର ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜରଙ୍କ ସହ ସମୀକ୍ଷା କରିଥିଲେ। ପ୍ରଥମ ଥର ବରଗଡ଼ କେନାଲରେ ଚାଲିଥିବା କେନାଲ ଲାଇନିଂ କାର୍ଯ୍ୟର ସେ ସମୀକ୍ଷା କରିଥିଲେ।
ବରଗଡ଼ ମୁଖ୍ୟ କେନାଲ
ଏହାପରେ ସେ ଟିମ୍ ସହିତ ବୁର୍ଲା ଯାଇ ନିର୍ମାଣାଧୀନ ୨୦୦ ଶଯ୍ୟା ବିଶିଷ୍ଟ କର୍କଟ ଚିକିତ୍ସା କେନ୍ଦ୍ରର ସମୀକ୍ଷା କରିଥିଲେ। କେମୋଥେରାପି ପାଇଁ ୩୦ ଶଯ୍ୟା ଥାଇ ଏକ ୫ ମହଲା କୋଠା, ୨ଟି ଆଇସିୟୁ (ଆଇସିୟୁ) ଏବଂ ୩ଟି ଅପରେସନ୍ ଥିଏଟର (ଓଟି) ବିଶିଷ୍ଟ ଏହି କେନ୍ଦ୍ର ହେବ। ଏହାବ୍ୟତୀତ ନିର୍ମାଣାଧୀନ ଭିଏସଏସ କ୍ରିକେଟ ଷ୍ଟାଡିୟମର ମଧ୍ୟ ସମୀକ୍ଷା କରାଯାଇଥିଲା । ଆଇସିସି ମାନଦଣ୍ଡ ଅନୁଯାୟୀ ଷ୍ଟାଡିୟମର ପୁନଃନିର୍ମାଣ କରାଯାଉଛି ଏବଂ ଖୁବ୍ ଶୀଘ୍ର ଜାତୀୟ ସ୍ତରର କ୍ରିକେଟ୍ ମ୍ୟାଚ୍ ଆୟୋଜନ ପାଇଁ ଏହା ପ୍ରସ୍ତୁତ ହେବ।
ନିର୍ମାଣାଧିନ ୨୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ସମୀକ୍ଷା
ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (ଡବ୍ଲୁଓଡିସି) ପକ୍ଷରୁ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମ୍ବଲପୁର ଜିଲ୍ଲାର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଟାଉନହଲ୍, ଚେରୁଆପଡ଼ା ଓ ଦୁର୍ଗାପାଲିସ୍ଥିତ ଜେଟି-୨୬ ରେଳ ଓଭରବ୍ରିଜ୍ କୁ ସେ ଯାଞ୍ଚ କରିଥିଲେ। ଏହାପରେ ସେ ସମ୍ବଲପୁର ମହାନଗର ନିଗମ କମିଶନରଙ୍କ କାର୍ଯ୍ୟାଳୟକୁ ଯାଇ ଶିକ୍ଷା, ସ୍ୱାସ୍ଥ୍ୟ, ପୂର୍ତ୍ତ, ଶିଳ୍ପ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ଜିଲ୍ଲାର ଚାଲିଥିବା ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଆରଡିସି, ଉତ୍ତରାଂଚଳ, ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର, ସିଡିଓ-କମ-ଇଓ, ଜିଲ୍ଲା ପରିଷଦ, ଏନଏଚଏଆଇର ଅଧିକାରୀ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରସ୍ଥାବିତଟାଉନ ହଲ, ଚେରୁଆପଡା ,ସମ୍ବଲପୁରର ନକ୍ସା
ଭିଏସ୍ଏସ୍ ଷ୍ଟାଡିୟମ
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମ୍ବଲପୁର ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମ୍ବଲପୁର ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ।