
ଭୁବନେଶ୍ୱର,୨୧/୦୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଲ (ସ୍ନିଲ୍)ର ତିନି ଜଣ ଛାତ୍ରଛାତ୍ରୀ ନିକଟରେ ଜାଭିୟର୍ ଲ ସ୍କୁଲରେ ଆୟୋଜିତ ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛନ୍ତି ।
ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜାଭିୟର ଲ ସ୍କୁଲ୍ ଏବଂ କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ ମିଳିତ ଭାବେ ଆୟୋଜନ କରିଥିଲେ ।
ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ସ୍ନିଲ୍ ଓ ନ୍ୟାସ୍ନାଲ୍ ଲ ଇନଷ୍ଟିଟ୍ୟୁଟ ୟୁନିଭର୍ସିଟି, ଭୋପାଳ ପରସ୍ପରର ସାମ୍ନା କରିଥିଲେ ଓ ସ୍ନିଲ୍ ଚାମ୍ପିଅନ୍ ହୋଇଥିଲା । ସ୍ନିଲର ୫ମ ବର୍ଷ ବିବିଏଲ୍ଏଲବିର ଛାତ୍ର ପ୍ରାଞ୍ଜଲ୍ ମିଶ୍ର ଓ ଛାତ୍ରୀ ରିଦ୍ଧି ଜୈନ୍ ଏବଂ ଚତୁର୍ଥ ବର୍ଷ ବିବିଏଲ୍ଏଲବି ଛାତ୍ରୀ କୋମଲ୍ ସିଂ ଟିମରେ ସାମିଲ ଥିଲେ ।
ସୂଚନାଯୋଗ୍ୟ ଯେ, ନ୍ୟାସ୍ନାଲ୍ ଇନଷ୍ଟିଟ୍ୟୁସନାଲ୍ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) ୨୦୨୩ରେ ସାରା ଦେଶର ଲ ସ୍କୁଲ୍ ମଧ୍ୟରେ ସ୍ନିଲ ୮ମ ସ୍ଥାନ ହାସଲ କରିଥିଲା ।