ଡାବୁଗାଁ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର କଲମ ଛାଡ ଆନ୍ଦୋଳନ

2

ଡାବୁଗାଁ  -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ଓଡିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଆହ୍ଵାନ କ୍ରମେ ଡାବୁଗାଁ ବ୍ଲକ ରାଜସ୍ବ ବିଭାଗ ର ସମସ୍ତ ରାଜସ୍ୱ ପରିଦର୍ଶକ, ରାଜସ୍ବ ନୀରିକ୍ଷକ ଓ ଅତିରିକ୍ତ ରାଜସ୍ବ ନୀରିକ୍ଷକ ପ୍ରମୁଖ ଗତକାଲି ସୋମବାର ଠାରୁ କଲମ ଛାଡ ଆନ୍ଦୋଳନ ରେ ସାମିଲ ହୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ୬ ଦଫା ଦାବୀ ପୂରଣ ନେଇ ସରକାରଙ୍କ ନିକଟରେ ସଂଘ ତରଫରୁ ବାରମ୍ବାର ଦାବୀ କରାଯାଇ ଆସୁଥିଲେ ସୁଦ୍ଧା ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ୧୯ ଫେବୃଆରି ରୁ ଦାବୀ ପୂରଣ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କୁହା ଯାଇଛି। ୬ ଦଫା ଦାବୀ ମଧ୍ୟରେ ଓ ଡି ଆର ଏସ ନିୟମ ୧୯୮୩ ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡ଼ର ପୁନର୍ଗଠନ , ସହକାରୀ ରାଜସ୍ବ ନିରୀକ୍ଷକ ଙ୍କ ବେତନ ପରିବର୍ତ୍ତନ, ରାଜସ୍ବ ନୀରିକ୍ଷକ ପଦବୀ ପଦ୍ଦୋନତି ଭାବରେ ସ୍ଥିର କରାଯିବା, ଜାନୁୟାରୀ ୧ ତାରିଖ ୨୦୦୬ ମସିହାରୁ ରାଜସ୍ବ ନୀରିକ୍ଷକ,ସହକାରୀ ରାଜସ୍ବ ନିରୀକ୍ଷକ ରାଜସ୍ବ ସୁପର ଭାଇଜର ଙ୍କ ବେତନ ବର୍ଦ୍ଧିତ ସ୍କେଲ ରେ ଧାର୍ଯ୍ୟ କରାଯାଉ, ତଥା କାର୍ଯ୍ୟସୂଚୀରେ ଆବଶ୍ୟକୀୟ ପରିବର୍ତ୍ତନ ପରେ କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଯେପରିକି କୃଷକ ତଥା ଯାଞ୍ଚ ସିସିଇ ଇତ୍ୟାଦି କୃଷି ବିଭାଗ କୁ ସ୍ଥାନାନ୍ତର ପାଇଁ ଦାବୀ କରିଛନ୍ତି। ଦାବୀ ପୁରାଣ ନ ହେବା ଯାଏଁ କଲମ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ତରଫରୁ କହିଛନ୍ତି। ଡାବୁଗାଁ ତହସିଲ ର ୪ ଟି ରାଜସ୍ବ ସର୍କଲ ର ସମସ୍ତ କର୍ମଚାରୀ ଏହି ଆନ୍ଦୋଳନ ରେ ସାମିଲ ଥିବା ବେଳେ ସମସ୍ତ ରାଜସ୍ବ ସେବା ବନ୍ଦ ରହିଛି।

Leave A Reply

Your email address will not be published.