ସମ୍ବଲପୁର କୁ ହରାଇ ରାଉରକେଲା ଚମ୍ପିୟାନ

0 1

ପ୍ରଥମ ବିଜୟ ରଞ୍ଜନ ସିଂ ବରିହା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଏହି ଟୁର୍ଣ୍ଣାମେଣ୍ଟ ଆମ ଅଞ୍ଚଳ ର ଫୁଟବଲ ଖେଳାଳି ମାନଙ୍କୁ ଉତ୍ସାହିତ କରିବ :- ବିଧାୟିକା ବର୍ଷା

ବରଗଡ :- ଗତ ତିନି ଦିନ ଧରି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ , ପାଇକମାଲ ଏମ.ଇ ସ୍କୁଲ ପଡ଼ିଆରେ ଚାଲିଥିବା ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ସନ୍ଧ୍ୟାରେ ଫାଇନାଲ ମେଚ ଅନୁଷ୍ଠିତ ହୋଇଯାଇଛି । ନିଜ ନିଜ ପ୍ରତିଦ୍ବନ୍ଦି ମାନଙ୍କୁ ପରାସ୍ତ କରି ଆଜି ସମ୍ବଲପୁର ଓ ରାଉରକେଲା ଦଳ ମଧ୍ୟରେ ହୋଇଥିବା ଫାଇନାଳ ମେଚ ରେ ସମ୍ବଲପୁର ଦଳ କୁ ପେନାଲ୍ଟି ସୁଟ ଆଉଟ ରେ ରାଉରକେଲା ଦଳ ପରାସ୍ତ କରି ପ୍ରଥମ ବିଜୟ ରଞ୍ଜନ ସିଂ ବରିହା ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ବିଜେତା ଭାବରେ ଟ୍ରଫି ଜିତିବାର ସୁଯୋଗ ପାଇଥିଲା । ଏହି ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ଟା ମେଚ ଥିଲା ଅତ୍ୟନ୍ତ ସଂଘର୍ଷ ପୂର୍ଣ । ପ୍ରତ୍ୟେକ ମେଚ ଦେଖିବା ପାଇଁ ପଡିଆରେ ହଜାର ହଜାର ଦର୍ଶକ ଙ୍କ ଭିଡ଼ ଜମୁଥିଲା ।
ଆଜି ଫାଇନାଲ ମେଚ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦାନ କରିଥିବା ବେଳେ , ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା , ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ଡାକ୍ତର ପ୍ରଭାସ ସିଂ , ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ , ମାନ୍ୟବର ବିଧାୟିକା ଙ୍କ ସ୍ୱାମୀ ତଥା ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ବଡ଼ ଜ୍ୱାଇଁ ଶ୍ରୀମାନ ସ୍ମୃତି ସୌରଭ ବଳିୟାର ସିଂ , ସ୍ବର୍ଗତ ବରିହା ଙ୍କ ସାନ ଝିଅ ତଥା ବିଧାୟିକା ଙ୍କ ଭଉଣୀ କାଦମ୍ବିନୀ ସିଂ ବରିହା ପ୍ରମୁଖ ଯୋଗଦାନ କରି ଖେଳ ଉପଭୋଗ କରିବା ସହିତ ବିଜେତା ଓ ଉପବିଜେତା ମାନଙ୍କୁ ଆକର୍ଷଣୀୟ ଟ୍ରଫି ଓ ପୁରସ୍କାର ବଣ୍ଟନ କରିଥିଲେ । ଏହି ଅବସରରେ ମାନ୍ୟବର ବିଧାୟିକା କହିଥିଲେ ଯେ , ଏହି ଭବ୍ୟ ଫୁଟଲ ଟୁର୍ଣ୍ଣାମେଣ୍ଟ ପଦ୍ମପୁର ଉପଖଣ୍ଡ ର ସମସ୍ତ ଫୁଟବଲ ଖେଳାଳି ମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରିତ କରିବ । ଆମର ଯୁବ ସମାଜ ସୁସ୍ଥ ଓ ସୁଦୃଢ଼ ତଥା ମାନସିକ ସ୍ତରରେ ମଜବୁତ ରହିଲେ ଦେଶ ଓ ରାଜ୍ୟର ବିକାଶ ସମ୍ଭବ । ମୋର ସ୍ବର୍ଗତ ପିତା ସବୁବେଳେ ଖେଳ ଓ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରୁଥିଲେ । ସେ ନିଜେ ମଧ୍ୟ ଫୁଟବଲ ଖେଳୁଥିଲେ । ଏହି ସର୍ବ ଭାରତୀୟ ଟୁର୍ଣ୍ଣାମେଣ୍ଟ ର ଅୟୋଜନ ଦ୍ୱାରା ଆମର ସ୍ଥାନୀୟ ଖେଳାଳି ମନେ ଅନେକ କିଛି ଶିଖି ପାରିବେ ଓ ଏହି ଶିକ୍ଷା ତାଙ୍କୁ ଭବିଷ୍ୟତ ରେ ନିଜର ଖେଳର ସୁଧାର ପାଇଁ ସହଯୋଗୀ ହେବ । ନିଜର ମତ ରଖି ପୂର୍ବତନ ସାଂସଦ ଡାକ୍ତର ପ୍ରଭାସ ସିଂ ପାଇକମାଲ ବିଜୁ ଯୁବ ଜନତା ଦଳର ସଭାପତି ଓ ତାଙ୍କର ସମସ୍ତ କାର୍ଯ୍ଯକର୍ତ୍ତା ମାନଙ୍କୁ ଏହି ଭବ୍ୟ ଓ ସୁନ୍ଦର ଅୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ । ସେହିଭଳି ଜିଲ୍ଲା ଯୁବ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ ମନ୍ତବ୍ୟ ଥିଲା ଯେ ଅଞ୍ଚଳର ଯୁବ ସମାଜ କୁ ପଡ଼ିଆ ଆଡକୁ ଆକୃଷ୍ଟ କରିବା ପାଇଁ ଫୁଟବଲ ହେଉଛି ଏକ ଉପଯୁକ୍ତ ମାଧ୍ୟମ । ଆଜିକାର ଡିଜିଟାଲ ଯୁଗରେ ଯୁବ ସମାଜ ପଡିଆକୁ ଯିବା ଅନେକ ମାତ୍ରାରେ ଭୁଲି ଗଲେଣି । ବିଜୁ ଯୁବ ଜନତା ଦଳ ପାଇକମାଲ ବ୍ଲକ ଦ୍ୱାରା ଯୁବ ସମାଜ କୁ ଏକ ସୁସ୍ଥ ଓ ଖେଳ ଉପଯୋଗୀ ବାତାବରଣ ପ୍ରଦାନ କରିବା ପାଇଁ ଏହି ଅୟୋଜନ ପ୍ରଶଂଶନୀୟ ।
ପାଇକମାଲ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଗୌତମ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆୟୋଜିତ ଏହି ଭବ୍ୟ ଟୁର୍ଣ୍ଣାମେଣ୍ଟ କୁ ଶ୍ରୀ ଘନ ସୁପକାର , ଶ୍ରୀ ବିବେକ ଅଗ୍ରୱାଲ , ସଞ୍ଜୟ କୁମାର ଭୋଇ , ମନୋଜ ଭୋଇ , ମିଳନ ସେଠ , ଡିଲୁ ପ୍ରଧାନ , ଭୋଜରାଜ ଭୋଇ , ରୋହିତ ସିଂ ଙ୍କ ସମେତ ବିଜୁ ଯୁବ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ ।।

Leave A Reply

Your email address will not be published.