ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ 15000 ଟଙ୍କା କୁ ବୃଦ୍ଧି

0 2
  • କାର୍ଯ୍ୟରତ ସମୟରେ ମୃତ୍ୟୁ କ୍ଷେତ୍ରରେ ଦୁଇ ଲକ୍ଷ ଅନୁକମ୍ପା ମୂଳକ ସହାୟତା.

  • କାର୍ଯ୍ୟ ନିବୃତ୍ତ ହେବା ସମୟରେ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକ ରେ କର୍ଯ୍ୟ ରତ ମହିଳା ମାଟ୍ରନ ମାନଙ୍କର ମାସିକ ପାରିଶ୍ରମିକ ୧୦୦୦୦ ଟଙ୍କା ରୁ ୧୫୦୦୦ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ନିଷ୍ପତି ନେଇଛନ୍ତି।

ଏତଦ୍ ବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନ ଦୁର୍ଭାଗ୍ୟ ବଶତଃ ମୃତ୍ୟୁ ବରଣ କରନ୍ତି, ତେବେ ତାଙ୍କ ଉତ୍ତରାଧିକାରୀଙ୍କୁ ଏକକାଳୀନ ଦୁଇ ଲକ୍ଷ୍ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ| ସେହିପରି ୬୦ ବର୍ଷ ରେ କାର୍ଯ୍ୟ ନିବୃତ୍ତ ହେବା ସମୟରେ ସେମାନଙ୍କୁ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ପାଇଁ ରାଜ୍ୟସରକାର ସରକାରଙ୍କର ବାର୍ଷିକ ୧୫ କୋଟିରୁ ଉର୍ଦ୍ଧ ଖର୍ଚ୍ଚ କରିବେ।

Leave A Reply

Your email address will not be published.