“ଲୋକଙ୍କ ଆବଶ୍ୟକତା ପୂରଣ ହେଲେ କର୍ତ୍ତବ୍ୟର ସାର୍ଥକତା ଅନୁଭବ ହୁଏ”

0 2

ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଓଡ଼ଗାଁ, ୧୮।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ସମେତ ପାଣ୍ଡେରିପଡା ଓ ରବିଗାଡ଼ିଆ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ,ଶିକ୍ଷା,ପାନୀୟ ଜଳ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛନ୍ତି।ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଲକ୍ଷ୍ମୀ ବସ୍,ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଓ ମମତା ଯୋଜନା ଅର୍ଥ ରାଶି ଓ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସ୍ୱାବଲମ୍ବନଶୀଳ କରାଇବା ନିମନ୍ତେ ଅନୁଦାନ ଯୋଗାଇଛନ୍ତି।ଯାହା ଦ୍ୱାରା ପ୍ରତ୍ୟେକ ପରିବାରର ଆଜି ଆର୍ଥିକ ହେଉ ଅବା ସାମାଜିକ ସ୍ତରରେ ଅଭିବୃଦ୍ଧି ଘଟିଛି ବୋଲି ମତ ରଖିଥିଲେ।ରଘୁନାଥ ଓ ଦୁତିକେଶ୍ୱର ମନ୍ଦିର ଓ ବରକନ୍ୟା ଝରଣାର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଓଡ଼ଗାଁ ମେଡ଼ିକାଲ ଓ କଲେଜର ନବକଳେବର ହୋଇଛି।ଠିକ ସେହିପରି ମଶାବାରୀ ଠାରେ ୮ କୋଟି ବ୍ୟୟ ଅଟକଳରେ କୁସୁମୀ ବ୍ରିଜ, ୭ କୋଟି ୫୦ ଲକ୍ଷରେ ଦୋଳଗୋବିନ୍ଦପୁର ଓ ଢୋଲମସ୍କା ରାସ୍ତା ନିର୍ମାଣ ହେବ।ଯାହା ଦ୍ୱାରା ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ପ୍ରତିଷ୍ଠା ହେବ।ଅନ୍ୟପକ୍ଷେ ପାଣ୍ଡେରିପଡା ପଞ୍ଚାୟତର ପ୍ରତ୍ୟେକ ଗାଁ କୁ ପକ୍କା ରାସ୍ତା ନିର୍ମାଣ ହେବା ସହ ରୂପାନ୍ତରଣର ପର୍ବ ଆରମ୍ଭ ହୋଇଛି ବୋଲି କହିଥିଲେ।ଠିକ ସେହିପରି ଆସନ୍ତା ଫେବୃଆରୀ ୨୯ ତାରିଖରେ ଓଡ଼ଗାଁ ଏନଏସିରେ ୩୦ କୋଟି ବ୍ୟୟ ଅଟକଳରେ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପର ଉଦ୍ଘାଟନ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।ଓଡଗାଁର ପ୍ରତ୍ୟେକ ୱାର୍ଡରେ ନବୀନ ବାବୁଙ୍କ ରୂପାନ୍ତରଣର ନୂତନ ଛାପ ଦେଖିବାକୁ ମିଳୁଛି ବୋଲି କହିଥିଲେ।ଏହି ଅବସରରେ ପାଣ୍ଡେରିପଡାଠାରେ ବ୍ଲକର ପ୍ରଥମ ଲକ୍ଷ୍ମୀ ବସଷ୍ଟାଣ୍ଡ,ମିଶନ ଶକ୍ତି ଗୃହ,ଧୋବାସାହି କୋଠ ଘର,ମା ମଙ୍ଗଳା ଗୋଷ୍ଠୀ ଗୃହ ସମେତ ରବିଗାଡ଼ିଆ ପଞ୍ଚାୟତ କୁରୁମବାଙ୍କତରା ଗ୍ରାମରେ ମିଶନ ଶକ୍ତି ଗୃହ ସମେତ ଗୋପୀନାଥ ଜୀଉ କ୍ରିକେଟ କ୍ଳବର ନୂତନ ଗୃହ ବିଧାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। “>କାର୍ଯ୍ୟକ୍ରମରେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ,ଉପାଧ୍ୟକ୍ଷା ମୀରା ନାୟକ,ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ,ଝିଲି ପ୍ରଧାନ,ସରପଞ୍ଚ ଗାୟତ୍ରୀ ରାଉତ,ମିନତୀ ସେଠୀ, ସସ୍ମିତା ପାତ୍ର,ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ,ସମବାୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ,ବିଭୁପ୍ରସାଦ ସାହୁ,ପୂର୍ବତନ ପିଡ଼ି ସୁଧାକର ଶତପଥୀ,ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନିବେଦିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.