ଚିଲିକା (ସେକ କୌସର ): ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଉଛି କଂଗ୍ରେସ। ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ବିଜେଡି ଓ ବିଜେପିର ବାହାଘର କରୁଛି। ଦୁଇ ଦଳ ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ ଆଣି ଉଭୟଙ୍କ ବାହାଘର କରୁଛି କଂଗ୍ରେସ।ତେବେ ଆଜି ସମାନ ଦୃଶ୍ୟ ଚିଲିକା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି। ଏଠାରେ ବିଜେପି ବିଜେଡିକୁ ବିବାହ କରିଛି କଂଗ୍ରେସ। ଆଜି ପୂର୍ବାହ୍ନରେ କଂଗ୍ରେସ ନେତ୍ରୀ ମିନାକ୍ଷୀ ପ୍ରଧାନଙ୍କ ନେତୃତ୍ୱରେ ବରଯାତ୍ରୀ ସ୍ୱରୂପ ଏକ ରାଲି ରଙ୍କନାଥ ଦେବ ମନ୍ଦିରରୁ ବାହାରି ପଲଟନ ପଡିଆ ପହଞ୍ଚିଥିଲା। ସେଠାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଲଗାଇ ବର ଓ ବିଜେଡି ପକ୍ଷରୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଫୋଟୋ ଲଗାଇ ଜଣେ କନ୍ୟାଙ୍କ ବିବାହ କରାଯାଇଥିଲା। ପୁରୋହିତ ମନ୍ତ୍ର ପାଠ କରିବା ସହ ଉପସ୍ଥିତ ବରଯାତ୍ରୀ ରୂପରେ ଶତାଧିକ କଂଗ୍ରେସ କର୍ମୀ ହୁଳହୁଳି ପକାଇଥିଲେ। ପରବର୍ତ୍ତୀ ସମୟରେ ଚରଣ ଚକାଦେବଙ୍କ ପିଠରେ ବିବାହ ଭୋଜି ରୂପରେ ପ୍ରସାଦ ବିତରଣ କରିଥିଲା କଂଗ୍ରେସ।ତେବେ ବିଜେପି ବିଜେଡି ଭିତିରି ସମ୍ପର୍କ ଅଛି ଏବଂ ତାହା ସଦ୍ୟ ରାଜ୍ୟସଭା ନିର୍ବାଚନ ଟିକେଟରେ ପ୍ରମାଣିତ ହେଲା ବୋଲି କହିଛନ୍ତି କଂଗ୍ରେସ ନେତ୍ରୀ ମିନାକ୍ଷୀ। ବିଜେଡି ବିଜେପିକୁ ଏକ ରାଜ୍ୟସଭା ସିଟ ଛାଡିବା ସହ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ ଘୋଷଣା କଲା। ଫଳରେ ଉଭୟ ଦଳ ପରସ୍ପର ଭଲ ବନ୍ଧୁ ଏବଂ ଦୀର୍ଘ ବର୍ଷ ଧରି ଲିଭ ଇନ ରିଲେସନ ରେ ଅଛନ୍ତି।ତେବେ ଓଡ଼ିଶା ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଏବଂ ଏଠାରେ ଲିଭ ଇନ ରିଲେସନ ଗ୍ରହଣୀୟ ନୁହେଁ। ତେଣୁ ଆମେ ଦୁଇ ଦଳକୁ ବିବାହ କରାଇଲୁ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ସେବାଦଳ ସାଧାରଣ ସମ୍ପାଦକ କୂଳମଣି ସାହୁ କହିଛନ୍ତି। ତେବେ ଉକ୍ତ କାର୍ଯ୍ୟକ୍ରମକୁ ଯୁବ କଂଗ୍ରେସ କର୍ମକର୍ତ୍ତା ବିପିନ ବିହାରୀ ବାରିକି, ବିପ୍ରରଞ୍ଜନ ଜେନା, ଚିତ୍ତରଞ୍ଜନ ଜେନା, ସୁଶାନ୍ତ ବିଷୋୟୀ ଆଦି ପରିଚାଳନା କରିଥିଲେ। ତେବେ ଦୀର୍ଘ ଦିନର ନିଷ୍କ୍ରିୟତା ପରେ ଚିଲିକାରେ ମିନାକ୍ଷୀ ପ୍ରଦାନଙ୍କ ନେତୃତ୍ୱରେ କଂଗ୍ରେସର ଉତ୍ତଥାନରେ ବହୁ କଂଗ୍ରେସ କର୍ମୀ ନୁଆ ଜୋଶରେ ପୁନଶ୍ଚ ଦଳକୁ ବାହୁଡୁଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.