ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟକାଳୀନ ସମାରୋହ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ନେତାଜୀ ଉଚ୍ଚ ବିଦ୍ୟାଳୟ ଚିନାସାରୀ ଠାରେଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ସକାଶେ ବିଦ୍ୟକାଳୀନ ସମାରୋହ ଆୟୋଜିତ ହୋଇଛି । ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।ଏହି କାର୍ଯ୍ୟକ୍ରମ ର ସଂଯୋଜକ ନିଖିଲ ଶବର ସ୍ୱାଗତ ଓ ମାଞ୍ଚ ପରିଚାଳନା କରିଥିଲେ । ଉଭୟ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଦାୟ ସଙ୍ଗୀତ ଗାନ କରିବା ସହ ଉପହାର, ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ଓକିଲ ପ୍ରଦୀପ କୁମାର ଦାଶ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ସ୍କୁଲ ର ନାମ ଉଜ୍ବଳ କରିବାକୁ ଓ ଶିକ୍ଷକ ମ।ନଙ୍କୁ ନିଜ ବାପା ମା ରୂପେ ମାନିବା କୁ ପ୍ରବର୍ତଇଥିଲେ । ପ୍ରଧାନ ଶିକ୍ଷକ ଇନ୍ଦିରା ମହାପାତ୍ର ଓ ଶିକ୍ଷକ ଉମା ଦାଶ ଏକାଗ୍ର ଚିତ ରେ ପାଠ ପଢିବା ସହ ସମାଜ ରେ ସମସ୍ତଙ୍କୁ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଘସିରାମ ରଥ, ଭବାନୀ ଶଙ୍କର ପ୍ରଧାନୀ, ବିଶ୍ଵନାଥ ପାଢ଼ୀ ,ମଧୁସୂଦନ ପଟନାୟକ, ରବି ପ୍ରଧାନ, ପ୍ରକାଶ ରାଉତ, ସୁନିତ ଶବର ପ୍ରମୁଖ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.