ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ରେଭିନ୍ୟୁ ସାହିରେ ପାଇପ ଫାଟି ରାସ୍ତାରେ ବହୁଛି ପାଣି। ବସୁଧା ଯୋଜନା ରେ ଲକ୍ଷାଧିକ ଟଙ୍କାର ବ୍ୟୟ ହୋଇଥିବା ପାଣି ଟାଙ୍କି ଥିଲେ ସୁଦ୍ଧା ଏହି ସାହି କୁ ଟୋପାଏ ପାଣି ଆସୁ ନାହିଁ ଯୋ ଦ୍ଵାରା ସାହି ବାସିନ୍ଦା ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଡାବୁଗାଁ ଗ୍ରାମ ପଞ୍ଚାୟତ ପଶୁ ଚିକିତ୍ସାଳୟ ପରିସରରେ ବସୁଧା ଯୋଜନା ରେ ୨୦୨୩ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ପାଣି ଟାଙ୍କି ନିର୍ମାଣ ହୋଇଛି। ଏହି ପାଣି ଟାଙ୍କି ମାଧ୍ୟମରେ ଭୂତଳ ପାଇପ ବିଛା ଯାଇ ଗୌଡ଼ ସାହି,ପାତ୍ର ସାହି,ଶୌରା ସାହି, ରେଲି ସାହି, ବଜାର ଦାଣ୍ଡ, ରେଭିନ୍ୟୁ ସାହି ତଥା ବସ ଷ୍ଟାଣ୍ଡ କିଛି ଅଞ୍ଚଳ କୁ ସ୍ୱଚ୍ଛ ପାଣି ଯୋଗାଣ ହେଉଛି। ତେବେ ଏହି ପାଣି ଟାଙ୍କି ନିର୍ମାଣ ହୋଇ ମାତ୍ର ଏକ ବର୍ଷ ହୋଇଥିବା ବେଳେ ରେଭୀନ୍ୟୁ ସାହି ବାସି ଆଜି ପର୍ଯ୍ୟନ୍ତ ଟୋପାଏ ପାଣି ପାଇ ନାହାନ୍ତି।ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ବ୍ୟେୟ କରାଯାଇ ଭୂତଳ ପାଇପ ଲାଇନ୍ ବିଛା ଯାଇଛି।ନିର୍ମାଣ ର ଅଳ୍ପ ଦିନ ମଧ୍ୟରେ ପାଇପ ଫାଟି ଯାଇ ରାସ୍ତାରେ ପାଣି ବହୁଛି।ଏହି ରାସ୍ତା ଉପରେ ଅଙ୍ଗନୱାଡ଼ି ପିଲା, ସ୍କୁଲ ପିଲା ଯାତାୟାତ କରୁଥିବାରୁ ବହୁ ଥିବା ପାଣି କୌଣସି ଯାନ ଯାତାୟାତ ସମୟରେ ଡ୍ରେସ ଉପରେ ପଡୁଛି।ସରକାର ସ୍ୱଚ୍ଛ ଜଳ ଯୋଗାଣ ପାଇଁ ନିର୍ଭର ପ୍ରତିଶୃତି ଦେଇଥିବା ବେଳେ ତାହା ଏଠି ବିପରୀତ ହୋଇଛି। ଏପଟେ ସାହିବାସି ପାଇପ ବିଛା ଯାଇଥିଲେ ସୁଦ୍ଧା ପାଣି ପାଇ ପାରୁ ନାହାନ୍ତି। ବାରମ୍ବାର ଏ ନେଇ ସାହିବାସୀ ଜଳ ପରିମଳ ବିଭାଗ ଓ ପଞ୍ଚାୟତ ଅଧିକାରୀଙ୍କୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଆଗକୁ ଖରା ଦିନ ଆସୁଥିବାରୁ ସାହିବାସି ପାନୀୟଜଳ ସମସ୍ୟା ଭୋଗିବା ଆଶଙ୍କା ଦେଖା ଦେଇଛି। ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରେଭିନ୍ୟୁ ସାହି ର ଫଟା ପାଇପ ମରାମତି ସହ ତୁରନ୍ତ ଜଳ ଯୋଗାଣ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।
Sign in
Sign in
Recover your password.
A password will be e-mailed to you.